ବ୍ୟବସାୟୀଙ୍କୁ ଭୁଜାଲି ଦେଖାଇ ଟଙ୍କା ଲୁଟିନେଲେ ଦୃର୍ବୁତ୍ତ

ବ୍ୟବସାୟୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ । ପ୍ରଥମେ ରଡରେ ପିଟିଲେ । ପରେ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା । କେନ୍ଦ୍ରାପଡ଼ା ସଦର ଥାନା ଭାଟବାଗ ନିକଟରେ କୁକୁଡ଼ା ବ୍ୟବସାୟୀ ମହମ୍ମଦ ଇସଲାମଙ୍କ ଠାରୁ ଲୁଟ ହୋଇଛି । ବିଭିନ୍ନ ସ୍ଥାନରୁ ଟଙ୍କା ଆଦାୟ କରି ବ୍ୟାଙ୍କକୁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ତାଙ୍କ ଠାରୁ ଲୁଟ କରିଛନ୍ତି ।

କେନ୍ଦ୍ରାପଡ଼ା(କେନ୍ୟୁଜ୍‌): ବ୍ୟବସାୟୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ । ପ୍ରଥମେ ରଡରେ ପିଟିଲେ । ପରେ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା । କେନ୍ଦ୍ରାପଡ଼ା ସଦର ଥାନା ଭାଟବାଗ ନିକଟରେ କୁକୁଡ଼ା ବ୍ୟବସାୟୀ ମହମ୍ମଦ ଇସଲାମଙ୍କ ଠାରୁ ଲୁଟ ହୋଇଛି । ବିଭିନ୍ନ ସ୍ଥାନରୁ ଟଙ୍କା ଆଦାୟ କରି ବ୍ୟାଙ୍କକୁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ତାଙ୍କ ଠାରୁ ଲୁଟ କରିଛନ୍ତି । ଦୁଇ ଦୁର୍ବୃତ୍ତ କଳା ପଲ୍ ସରରେ ଆସି ତାଙ୍କୁ ଅଟକାଇ ଆକ୍ରମଣ କରିବା ପରେ ତାଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟି ନେଇଥିଲେ । ବ୍ୟାଗରେ ପ୍ରାୟ ୪ଲକ୍ଷରୁ ଅଧିକ ଟଙ୍କା ଥିଲା । ଅଭିଯୋଗ ପରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.