ଗାଜିଆବାଦ: ବେଆଇନ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଠାବ, ୮୦ ହଜାରରେ ବିକ୍ରି ହେଉଥିଲା ଦେଶୀ ବନ୍ଧୁକ; ୪ ଗିରଫ

ଦିଲ୍ଲୀ-ଏନ୍‌ସିଆର୍‌ରେ ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରୟ କରି ମୋଟା ଲାଭ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଗାଜିଆବାଦରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ମେସିନ୍ ଦ୍ୱାରା ଏହି ଅସ୍ତ୍ରଶସ୍ତ୍ର ତିଆରି କରାଯାଉଥିଲା ।

ଦିଲ୍ଲୀ-ଏନ୍‌ସିଆର୍‌ରେ ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରୟ କରି ମୋଟା ଲାଭ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଗାଜିଆବାଦରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ମେସିନ୍ ଦ୍ୱାରା ଏହି ଅସ୍ତ୍ରଶସ୍ତ୍ର ତିଆରି କରାଯାଉଥିଲା । ପୋଲିସ ନୋଏଡାରେ ବିନା ନମ୍ବର ଥିବା ଏକ ବ୍ରେଜା ଗାଡ଼ିକୁ ଜବତ କରିଛି, ଯେଉଁଥିରୁ ବହୁ ପରିମାଣର ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଏହାକୁ ତିଆରି କରିବା ସାମଗ୍ରୀ ଜବତ କରାଯାଇଛି । ପୋଲିସ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ହାଇଆଲର୍ଟ ମୋଡରେ ଅଛି । ଲଗାତାର ବ୍ୟାରିୟର ଲଗାଯାଇ ଘନ ଘନ ଯାଞ୍ଚ କରାଯାଉଛି । ଏହି କ୍ରମରେ ଇକୋଟେକ୍‌-୩ ପୋଲିସ ଏବଂ ନୋଏଡା ସେଣ୍ଟ୍ରାଲ୍ କ୍ରାଇମ ଡିଟେକସନ୍ ଟିମ୍ ଏକ ସୂଚନା ଆଧାରରେ ଚୌଗାନପୁର ଗୋଲଚକ୍କର ନିକଟରେ ବିନା ନମ୍ବର ପ୍ଲେଟ୍‌ ଥିବା ଏକ ବ୍ରେଜା ଗାଡିକୁ ଧରିଥିଲା । ଏଥିରେ ୪ ଜଣ ଲୋକ ଥିଲେ ।

ଯାଞ୍ଚ ବେଳେ ଗାଡ଼ି ଭିତରୁ ବହୁ ପରିମାଣର ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ପୋଲିସ ଜବତ କରିଛି । ପୋଲିସ ସୂଚନା ମୁତାବକ, ଏହି ବେଆଇନ କାରଖାନାର ମାଷ୍ଟରମାଇଣ୍ଡ ହେଉଛନ୍ତି ନସିମ ଅହମ୍ମଦଙ୍କ ପୁଅ ଶାହ ଫହାଦ୍ । ନୋଏଡା ସେଣ୍ଟ୍ରାଲ ଡିସିପି ନିଧି ସିଂ କହିଛନ୍ତି ଯେ ଶାହ ଫହାଦ ଗାଜିଆବାଦରୁ ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି । ସେ ତାଙ୍କ ପତ୍ନୀଙ୍କ ନାମରେ ଲିଓ ପରାଡ ଇଣ୍ଡିଆ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ନାମରେ କମ୍ପାନୀ ଚଳାଉଛନ୍ତି ।

କାରଖାନା ଭିତରେ ଗୁପ୍ତ ଭାବରେ ଏହି ଅସ୍ତ୍ରଶସ୍ତ୍ର ତିଆରି କରାଯାଉଥିଲା । ଯେତେବେଳେ କେହି ଜଣେ ଗ୍ରାହକ ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରନ୍ତି, ସେତେବେଳେ ଅଭିଯୁକ୍ତ ଦିନେ କିମ୍ବା ଦୁଇ ଦିନ ସମୟ ନେଇ ଦାବି ମୁତାବକ ପିସ୍ତଲ ଯୋଗାଇ ଦିଅନ୍ତି । ଗୋଟିଏ ପିସ୍ତଲ ପାଖାପାଖି ୧୦ରୁ ୮୦ ହଜାର ଟଙ୍କାରେ ବିକ୍ରି ହୋଇଥାଏ । ଅଭିଯୁକ୍ତମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ୮ ଦେଶୀ ବନ୍ଧୁକ, ପ୍ରବଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ତିଆରି ଉପକରଣ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.