Below header

ଗଜପତି: ମର୍ମନ୍ତୁତ ସଡକ ଦୁର୍ଘଟଣା, ମାଲ ବୋଝେଇ ପିକଅପ୍ ଧକ୍କାରେ ଦୁଇ ଛାତ୍ରୀ ଗୁରୁତର ଆହତ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଅଲଡା ଠାରେ ମର୍ମନ୍ତୁତ ସଡକ ଦୁର୍ଘଟଣା। ଏକ ମାଲ ବୋଝେଇ ପିକଅପ୍ ଗାଡି ସ୍କୁଲ ଯାଉଥିବା ଦୁଇଜଣ ଛାତ୍ରୀଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁଇ ଜଣ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। ଅଲଡା ଗ୍ରାମର ରଶ୍ମୀତା ନାଗ ଓ ଖୁସି ନାଗ ସ୍କୁଲ ଯାଉଥିବା ବେଳେ ଏକ ପିକଅପ୍ ଗାଡି ଚାଳକ ନିଦରେ ଥାଇ ଗାଡିକୁ ଧକ୍କା ଦେଇଥିଲା। ତେବେ ଉଭୟ ଛାତ୍ରୀଙ୍କୁ ପ୍ରଥମେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ରଶ୍ମୀତା ନାଗଙ୍କ ସ୍ବାସ୍ଥ୍ୟ ସଂଙ୍କଟାପର୍ଣ୍ଣ ରହିଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ କାଶୀନଗରଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.