ରିଅଲ ମି ଭାରତରେ ଖୁବଶୀଘ୍ର ଲଞ୍ଚ କରିବ ଦୁନିଆର ପ୍ରଥମ ୬୪ଏମପି କ୍ୟାମେରା ଥିବା ସ୍ମାର୍ଟଫୋନ

ରିଅଲମି ଭାରତୀୟ ବଜାରରେ ନିଜ ସ୍ମାର୍ଟଫୋନକୁ ନେଇ ଏବେ ବେଶ ହଇଚର ସୃଷ୍ଟି କରିଛି। ପୂର୍ବରୁ ଏହି ଫୋନକୁ ନେଇ ରିଅଲ ମି ଫ୍ଲାଗସିପ କ୍ୟାମେରା ଫୋନ ଉପରେ କାମ କରୁଥିଲା। ପୂର୍ବରୁ ଜାରି ହୋଇଥିବା ଟିଜରରେ କୁହାଯାଇଥିଲା, ରିଅଲ ମି ପ୍ରଥମ ଏପରି କମ୍ପାନୀ ରହିବ, ଯାହା ୬୪- ମେଗାପିକ୍ସେଲ ସେନ୍ସର ସହିତ ସ୍ମାର୍ଟଫୋନ ଆଣିବାକୁ ଯାଉଛି। କିନ୍ତୁ ଏବେ ଆପଣଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। କମ୍ପାନୀ ଆସନ୍ତା ସପ୍ତାହରେ ଭାରତରେ ୬୪ ମେଗାପିକେ୍ସଲ କ୍ୟାମେରା ଥିବା ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି।
ରିଅଲ ମି ୮ ଅଗଷ୍ଟରେ ଦିଲ୍ଲୀରେ ଏହାକୁ ଲଞ୍ଚ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ଏହାର ନାମ ‘କ୍ୟାମେରା ଇନଭେନସନ’ ଇଭେଣ୍ଟର ନାମ ଦେଇଛି। ୬୪ ମେଗାପିକ୍ସେଲ କ୍ୟାମେରା ଥିବା ସ୍ମାର୍ଟଫୋନ କମ୍ପାନୀର ପ୍ରଥମ କ୍ୱାଡ କ୍ୟାମେରା ଫୋନ ହେବ। ଯେଉଁଥିରେ ଡୁଆଲ ରିଅର କ୍ୟାମେରାରୁ ସିଧା କ୍ୱାଡ କ୍ୟାମେରା ସେଟଅପ୍‌ ଦିଆଯାଇଛି। କମ୍ପାନୀ ତରଫରୁ ପ୍ରଥମ ଥର ପାଇଁ ଏହା ଭାରତରେ ଲଞ୍ଚ ହେବ ବୋଲି ରିଅଲ ମି ଇଣ୍ଡିଆର ସିଇଓ ମାଧବ ସେଠ କହିଛନ୍ତି। ଏହାକୁ ନେଇ ଅଧିକ ବିବରଣୀ କମ୍ପାନୀ ଏପର‌୍ୟ୍ୟନ୍ତ ପ୍ରଦାନ କରିନାହିଁ। କେବଳ ଏତିକି ନୁହେଁ ଏହାର ନାମ ମଧ୍ୟ ଏପର୍ଯ୍ୟନ୍ତ ରଖାଯାଇନାହିଁ। ଏହାକୁ ଏକ୍ସ ସରିଜି ଭାବେ ବଜାରକୁ ପ୍ରବେଶ କରିବ ବୋଲି କେବଳ ଅନୁମାନ କରାଯାଇପାରେ। ଗତ ମାସରେ କମ୍ପାନୀ ଫୋନର ଟିଜର ତାଙ୍କ ୱେବ ସାଇଟରେ ପୋଷ୍ଟ କରିଥିଲା, ଏଥିରେ କେବଳ କ୍ୟାମେରା ଥିବା ଭାଗ ହିଁ ଦେଖିବାକୁ ମିଳିଥିଲା। ଏହାଛଡା ସାମସଙ୍ଗର ନୂଆ ୬୪-ମେଗାପିକ୍ସେଲ ଆଇଏସଓସେଲ GW1 ସେନ୍ସର ସହିତ ଆସିବାକୁ ଥିବା ପ୍ରଥମ ଫୋନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.