ହୋଟେଲରୁ ସାମ୍ପୁ ବୋତଲ ଚୋରି କରିଥାନ୍ତି ଦିପିକା! ପୋଲ୍ ଖଲିଲେ ଏହି ବେଷ୍ଟ ଫ୍ରେଣ୍ଡ

ଦୁନିଆରେ ଭାଗ୍ୟବାନ ବ୍ୟକ୍ତିଙ୍କୁ ହିଁ ଗୋଟେ ଭଲ ସାଙ୍ଗ ମିଳିଥାଏ । ଯଦି ଆପଣଙ୍କ ପାଖରେ ଏମିତି କିଏ ସାଙ୍ଗ ଅଛନ୍ତି ଯିଏ ଆପଣଙ୍କୁ ଭଲ ଭାବେ ଜାଣିଥିବେ ଏବଂ ବୁଝିପାରୁଥିଲେ ତେବେ ଆପଣ ବହୁତ ଲକି ଅଟନ୍ତି । କହିବାକୁ ଗଲେ ଆମର ବେଷ୍ଟ ଫ୍ରେଣ୍ଡସ୍ ମାନଙ୍କ କାମ ଏହା ହୋଇଥାଏ କି ଆମର ସବୁ ଛୋଟ ବଡ ସିକ୍ରେଟକୁ ଜାଣିବା ଏବଂ କୌଣସି ଏକ ସମୟରେ ସେହି ସିକ୍ରେଟକୁ ଆଉ କାହା ଆଗରେ ସେୟାର କରିଦେବା । ଏହି ସମୟରେ ଦିପିକା ପାଦୁକୋଣଙ୍କ ଠାରୁ ଏହି କଥା କିଏ ବା ଅଧିକ ବୁଝିପାରୁଥିବ । ଯେତେବେଳେ ତାଙ୍କର ଜଣେ ସାଙ୍ଗ ସମସ୍ତଙ୍କ ସାମ୍ନାରେ ତାଙ୍କର ପୋଲ୍ ଖୋଲିଦେଇଛନ୍ତି । ଦିପିକାଙ୍କ ଅଫିସିଆଲ୍ ୱେବସାଇଟରେ ତାଙ୍କ ବେଷ୍ଟ ଫ୍ରେଣ୍ଡ ସ୍ନେହା ରାମଚନ୍ଦର ଏକ ନୋଟ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଦିପିକାଙ୍କ ବିଷୟରେ ଏକ ଅଜଣା କଥା ଲେଖିଛନ୍ତି ।

deepika 5ସ୍ନେହା ଏହି ନୋଟରେ ଲେଖିଛନ୍ତି କି କେମିତି ଦିପିକା ତାଙ୍କ ଲାଇଫରେ ଏକ ସୁଖଦ ଆଲିଙ୍ଗନ ଏବଂ ଚକଲେଟର ଏକ ଗରମ କପ୍ ଭଳି । ସେ ପ୍ରଣ୍ନ କରିଛନ୍ତି କଣ କେହି ଏମିତି ବ୍ୟକ୍ତିଙ୍କୁ ଜାଣିଛନ୍ତି ଯାହାର ଉପସ୍ଥିତି ଏକ ସୁଖଦ ଆଲିଙ୍ଗନ ଏବଂ ଚକଲେଟର ଏକ ଗରମ କପ୍ ଭଳି ଅନୁଭବ ହୋଇଥାଏ? କେହି ଏମିତି ଯାହା ସହିତ ଘଣ୍ଟା ଘଣ୍ଟା ଧରି କଥା ହୋଇପାରୁଥିବେ ଏବଂ ଶାନ୍ତ ବସିଥିବା ସତ୍ବେ ମଧ୍ୟ ଆପଣ ଖୁସି ରହିଥିବେ? କେହି ଏମିତି ଯାହାର ଆଖି ବହୁତ ଦୟାଳୁ, ଯିଏ ଆଣଙ୍କୁ ଦେଖିବା କ୍ଷଣି ଲାଗିବ କି ସେ ତୁମର ବହୁତ କେୟାର ନେଇଥାଏ ।

Deepika 4ସ୍ନେହା ନିଜର ୩୦ବର୍ଷ ପୁରୁଣା ସାଙ୍ଗ ଦିପିକାଙ୍କ ଏକ ସିକ୍ରେଟ ମଧ୍ୟ ସେୟାର କରିଛନ୍ତି ସେ ଲେଖିଛନ୍ତି କି କଣ ଆପଣ ଏମିତି କାହାକୁ ଜାଣିଛନ୍ତି ଯିଏ କୌଣସି ହୋଟେଲକୁ ବୁଲିବାକୁ ଯାଇଥାନ୍ତି ଏବଂ ସେଠାରୁ ସାମ୍ପୁର ଛୋଟ ଛୋଟ ବୋତଲ ଚୋରାଇ ଆଣିଥାନ୍ତି । ଏହା ପରେ ଲେଖିଥିଲେ ଯେ ହେଉଛନ୍ତି ମୋର ସାଙ୍ଗ ଦିପି । ଏପରି କିଛି ପୁରୁଣା କଥାକୁ ମନେପକାଇ ସ୍ନେହା ଦିପିକାଙ୍କ ପ୍ରତି ଥିବା ନିଜର ଫିଲିଙ୍ଗସକୁ ସେୟାର କରିଥିଲେ। ଯାହାକୁ ଦେଖିଲେ ଉଭୟଙ୍କ ଫ୍ରେଣ୍ଡସିପ୍ କେତେ ମଜବୁତ୍ ତାହା ସ୍ପଷ୍ଟ ବାରିହେଉଛି।