ନାଗ ଦେବତାଙ୍କ ସହ ଜଡିତ ପ୍ରାଚୀନ ମନ୍ଦିର, ଯେଉଁଠାରେ ଦର୍ଶନ କଲେ ଦୂର ହୋଇଥାଏ କାଳସର୍ପ ଦୋଷ
ଶ୍ରାବଣ ମାସରେ ପଡୁଥିବା ନାଗ ପଞ୍ଚମୀ ଦିନ ନାଗ ଦେବତାଙ୍କ ପୂଜାର ବିଶେଷ ମହତ୍ବ ରହିଥାଏ। ଚଳିତ ବର୍ଷ ଏହି ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ୫ ଅଗଷ୍ଟରେ ପାଳନ କରାଯିବ। ଉଲ୍ଲେଖ ରହିଛି ଏହି ଦିନ ନାଗ ଦେବତାଙ୍କ ପୂଜା କରିବା ଦ୍ବାରା ତାଙ୍କର କୃପା ଲାଭ ହୋଇଥାଏ। ଏବଂ ସର୍ପଙ୍କ ଠାରୁ କୌଣସି ପ୍ରକାର କ୍ଷତି ହେବାର ଭୟ ମଧ୍ୟ ଦୂର ହୋଇଯାଇଥାଏ। ଦେଶରେ ନାଗ ଦେବତାଙ୍କ ସହ ଜଡିତ ଅନେକ ମନ୍ଦିର ରହିଛି, ଯେଉଁଠାରେ କାଳସର୍ପ ଦୋଷ ଦୂର କରିବା ପାଇଁ ବିଶେଷ ପୂଜା କରାଯାଇଥାଏ।
ନାଗଚନ୍ଦ୍ରେଶ୍ବର ମନ୍ଦିର
ଦେଶରେ ପ୍ରସିଦ୍ଧ ୧୨ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଗୋଟିଏ ନାଗ ମନ୍ଦିର ମହାକାଳ ମନ୍ଦିର ପରିସର ମଧ୍ୟରେ ଅବସ୍ଥିତ। ନାଗ ଦେବତାଙ୍କ ଏହି ମନ୍ଦିରର ବିଶେଷତ୍ବ ହେଉଛି ବର୍ଷକରେ କେବଳ ଥରେ ଏହି ମନ୍ଦିର ଲୋକମନଙ୍କ ଦର୍ଶନ ପାଇଁ ଖୋଲିଥାଏ। ମହାକାଳ ମନ୍ଦିରର ତୃତୀୟ ମହଲାରେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀ ଫଣା ବିସ୍ତାର କରି ରଖିଥିବା ନାଗଙ୍କ ସିଂହାସନ ଉପରେ ବିରାଜମାନ କରିଛନ୍ତି। ଉଲ୍ଲେଖ ରହିଛି ନାଗପଞ୍ଚମୀ ଦିନ ଭଗବାନଙ୍କର ଏହି ପ୍ରତିମା ଦର୍ଶନ କରିବା ଦ୍ବାରା କାଳସର୍ପ ଦୋଷ ଦୂର ହୋଇଥାଏ।
ତକ୍ଷକେଶ୍ବର ନାଥ
ପ୍ରୟାଗରାଜ ସ୍ଥିତ ତକ୍ଷକେଶ୍ବର ନାଥଙ୍କ ମନ୍ଦିର ଯମୁନା ନଦୀ କୂଳରେ ଅବସ୍ଥିତ। ପଦ୍ମ ପୁରାଣର ୮୨ ପାତାଳ ଖଣ୍ଡର ପ୍ରୟାଗ ମାହାତ୍ମ୍ୟରେ ୮୨ତମ ଅଧ୍ୟାୟରେ ଏହି ପ୍ରାଚୀନ ମନ୍ଦିରର ବର୍ଣ୍ଣନା କରାଯାଇଛି। ଏହି ମନ୍ଦିରରେ ଦର୍ଶନ କରିବା ଦ୍ବାରା କେବଳ ସେହି ବ୍ୟକ୍ତିଙ୍କର ନୁହେଁ ବରଂ ତାଙ୍କର ଆଗାମୀ ପିଢୀର ମଧ୍ୟ କାଳସର୍ପ ଦୋଷ ଦୂର ହୋଇଥାଏ।
ମନ୍ନାରଶାଲା
କେରଳର ଉଲେପ୍ପୀ ଜିଲ୍ଲା ପାଖାପାଖି ୪୦ କିଲୋମିଟର ଦୂରରେ ଗୋଟି, କି ଦୁଇଟି ନୁହେଁ ବରଂ ୩୦ ହଜାର ନାଗ ଦେବତାଙ୍କ ମନ୍ଦିର ରହିଛି। ୩୦ ହଜାର ନାଗଙ୍କ ପ୍ରତିମା ଥିବା ଏହି ମନ୍ଦିର ୧୬ ଏକର ଜଙ୍ଗଲରେ ଘେରି ହୋଇ ରହିଛି। ନାଗରାଜଙ୍କ ସମର୍ପିତ ଏହି ମନ୍ଦିରରେ ନାଗରାଜ ଏବଂ ତାଙ୍କର ଜୀବନସାଥୀ ନାଗାୟତ୍ରୀ ଦେବୀଙ୍କ ପ୍ରତିମା ଅବସ୍ଥିତ।
ନାଗ ବାସୁକୀ ମନ୍ଦିର
ପ୍ରୟାଗରାଜର ସଂଗମ ନିକଟରେ ଦାରାଗଂଜ କ୍ଷେତ୍ରରେ ନାଗ ବାସୁକୀ ମନ୍ଦିର ଅବସ୍ଥିତ। ନାଗ ବାସୁକୀ ମନ୍ଦିରକୁ ଶେଷରାଜ ସର୍ପନାଥ, ଅନନ୍ତ ଏବଂ ସର୍ବାଧକ୍ଷ କୁହାଯାଇଥାଏ। ନାଗପଞ୍ଚମୀ ଦିନ ଏହି ମନ୍ଦିରରେ ଦର୍ଶନ ଏବଂ ପୂଜା କରିବା ଦ୍ବାରା ଜନ୍ମ କୁଣ୍ଡଳୀରୁ କାଳସର୍ପ ଦୋଷ ଦୂର ହୋଇଥାଏ।