ଦିଶା ପାଟନୀଙ୍କ ଏହି ଭିଡିଓ ହେଲା ଭାଇରାଲ୍, ଆହତ ଥିବା ସତ୍ବେ କରିଲେ ଫ୍ରଣ୍ଟ ଫ୍ଳିପ୍

ଦିଶା ପାଟନୀ ନିଜର ବୋଲ୍ଡ ଅନ୍ଦାଜ ବ୍ୟତିତ ନିଜର ଫିଟନେସ୍ ପାଇଁ ମଧ୍ୟ ବେଶ୍ ପରିଚିତ । ସୋସିଆଲ ମିଡିଆରେ ଦିଶା ଅନେକ ସମୟରେ ନିଜର ୱାର୍କଆଉଟ୍ ଏବଂ ଜିମ୍ ଭିଡିଓ ସେୟାର କରିଥାନ୍ତି । ଏବେ ଦିଶା ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଆହତ ହେବା ସତ୍ବେ ଫ୍ରଣ୍ଟ ଫ୍ଳିପ୍ ମାରୁଥିବାର ନଜର ଆସିଛନ୍ତି । ଦିଶାଙ୍କ ଏହି ଭିଡିଓ ଉପରେ ଲୋକେ ନିଜର ରିଆକ୍ସନ ଦେବା ସହିତ ସେୟାର ନକରି ରହିପାରିନଥିଲେ । ଦିଶାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହାସହ ପଢନ୍ତୁ : ଶାହରୁଖ୍‌ଙ୍କୁ ନେଇ ସେପ୍ଟେମ୍ବରରେ ହୋଇପାରେ ‘ଧୁମ୍‌ ୪’ର ଘୋଷଣା

ଭିଡିଓରେ ଆହତ ଥିବା ଦିଶା ପ୍ରଥମ ଚେଷ୍ଟାରେ ହିଁ ଫ୍ରଣ୍ଟ ଫ୍ଳିପ୍ କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ଫ୍ଳିପ୍ କରିବା ପରେ ଦିଶା ବହୁତ ଖୁସି ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିବା ନଜର ଆସିଛନ୍ତି । ଭିଡିଓ ସହିତ ଦିଶା କ୍ୟାପସନ୍ ରେ ଲେଖିଛନ୍ତି କି, ‘ଯାହାହେଉ ପ୍ରଥମ ଥର ମୋର ଫ୍ରଣ୍ଟ ଫ୍ଳିପ୍ ସକସେସ୍ ହୋଇଛି । ମୁଁ ଏହାକୁ କରିବାକୁ ପ୍ରୟାସ କରୁନଥିଲି କାରଣ ମୋ ଆଣ୍ଠୁ ରେ ସମସ୍ୟା ଥିଲା। ଏବେ ମୁଁ ବହୁତ ଖୁସି କାରଣ ମୁଁ ମୋ ଡରକୁ କାବୁ କରିପାରିଛି ‘। ଗତ କିଛି ଦିନ ତଳେ ଦିଶା ବ୍ୟାକ୍ ଫ୍ଳିପର ଭିଡିଓ ସେୟାର କରିଥିଲେ ।

ଦେଖନ୍ତୁ ଏହି ଭିଡିଓ :