Below header

ଜଳେଶ୍ବର: ବାଇକ ଡିକି ଭାଙ୍ଗି ଚୋରି କରୁଥିବା ବେଳେ ଦୁଇ ଚୋରଙ୍କୁ କାବୁ କରି ନିସ୍ତୁକ ମାଡ ମାରିଲେ ଲୋକେ

ଜଳେଶ୍ବର: ବାଇକ ଡିକି ଭାଙ୍ଗି ଚୋରି କରୁଥିବା ବେଳେ ୨ ଚୋରଙ୍କୁ ଧରି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରି ପୋଲିସର ଜିମା ଦେଲେ ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସିମୁଳିଆ ମାର୍କେଟରେ। ସୂଚନା ଅନୁଯାୟୀ ଆଜି ବାଲିଆପାଳ ଥାନା ଅନ୍ତର୍ଗତ ସିମୁଳିଆ ମାର୍କେଟରେ ଥିବା ଜଗନ୍ନାଥ ଗହଣା ଦୋକାନର ମାଲିକ ନିଜ ବାଇକ ରଖି ଦୋକାନର ସଟର ଖୋଲୁଥିବା ବେଳେ, ଦୁଇ ଜଣ ଚୋର ଏକ ନମ୍ବର ବିହୀନ ଆପାଚି ବାଇକରେ ଆସିଥିଲେ ।

ଏହାପରେ ଗହଣା ଦୋକାନୀଙ୍କ ବାଇକ୍ ଡିକି ଭାଙ୍ଗି ଗହଣା ବ୍ଯାଗ ଚୋରି କରିନେଇ ଦୌଡି ପଳାଇ ଯାଉଥିବାବେଳେ ଜନୈକ ଗହଣା ଦୋକାନୀ ଜାଣିପାରି ଦୌଡି ଆସି ଜଣେ ଚୋରକୁ କାବୁ କରି ଚିତ୍କାର କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ଅନ୍ଯ ଚୋରକୁ କାବୁ କରିବାରେ ସଫଳ ହୋଇଥିଲେ। ଦୁଇ ଜଣଙ୍କୁ ଏକ ଇଲେକ୍ଟ୍ରିକ ଖୁଣ୍ଟରେ ବାନ୍ଧି ପକାଇ ନିସ୍ତୁକ ମାଡ ମାରିବା ସହ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ନମ୍ବର ବିହୀନ ବାଇକଟିକୁ ଜବତ କରିବା ସହ ଦୁଇ ଜଣ ଚୋରକୁ ଉଦ୍ଧାର କରି ଥାନାକୁ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.