କେଶରେ କଣ୍ଡିସନର ଲଗାଇବା ସମୟରେ ଏମିତି ଭୁଲ୍ କରନ୍ତି ମହିଳା, ଜାଣନ୍ତୁ ଲଗାଇବାର ସଠିକ୍ ଉପାୟ

କେଶକୁ ଶାମ୍ପୁ କରି ସାରିବା ପରେ ସେଥିରେ କଣ୍ଡିସନର ଲଗାଇବା ଉଚିତ। କେଶରେ କଣ୍ଡିସନର ଲଗାଇବା ଦ୍ବାରା କେଶକୁ ନରମ କରିବା ସହିତ ଚମକ ମଧ୍ୟ ଦେଇଥାଏ। ଯଦି କେଶରେ କଣ୍ଡିସନର ନ ଲଗାଇବେ ତେବେ କେଶ ରୁକ୍ଷ ଏବଂ ନିସ୍ତେଜ ହୋଇଯାଏ। ଅଧିକାଂଶ ମହିଳା ଯେଉଁମାନେ କଣ୍ଡିସନର ଲଗାନ୍ତି, ସେମାନେ ମଧ୍ୟ ସଠିକ୍ ଭାବେ ଏହାକୁ ଲଗାନ୍ତି ନାହିଁ। ତେଣୁ ଆଜି ଆମେ କହିବୁ, କିପରି ଲଗାଇବେ କେଶରେ କଣ୍ଡିସନର..

କଣ୍ଡିସନର ଲଗାଇବା ଦ୍ବାରା କେଶ ସୁସ୍ଥ ଏବଂ ମୁଲାୟମ ରହିଥାଏ, କିନ୍ତୁ ଅଧିକ କଣ୍ଡିସନର ଲଗାଇବା ଦ୍ବାରା କେଶକୁ କ୍ଷତି ପହଞ୍ଚିଥାଏ।। ତେଣୁ କେଶ ଅନୁଯାୟୀ କଣ୍ଡିସନର ବ୍ଯବହାର କରିବା ଉଚିତ।

କଣ୍ଡିସନର ଲଗାଇବା ପରେ କିଛି ମହିଳା ସଙ୍ଗେ ସଙ୍ଗେ ଚୁଟି ଧୋଇଦିଅନ୍ତି। ଯାହାର ଫାଇଦା କେଶକୁ ମିଳିନଥାଏ। ତେଣୁ କେଶରେ କଣ୍ଡିସନର ଲଗାଇବାର ୫ ମିନିଟ ପରେ କେଶ ଧୁଅନ୍ତୁ। ଏହାଦ୍ବାରା କେଶରେ ଚମକ ଆସିଥାଏ।

hair-conditioner

କେଶକୁ କେବେ ବି ଟାୱଲରେ ରଗଡି ଶୁଖାନ୍ତୁ ନାହିଁ। ଏମିତି କଲେ କଣ୍ଡିସନର କିଛି ଫାଇଦା ମିଳିବ ନାହିଁ। କେଶକୁ ବ୍ଲୋଡ୍ରାଏ ମଧ୍ୟ କରନ୍ତୁ ନାହିଁ। ଏମିତି ନ କଲେ ହିଁ କେଶ ସାଇନିଂ ସହିତ କଣ୍ଡିସନର ପୋଷଣ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.