ପୁଣି ଲାଲ୍ବାହିନୀର ଲାଲ୍ ତାଣ୍ଡବ, ରାସ୍ତା କାମକୁ ବିରୋଧ କରି ଜାଳିଦେଲେ ୨ଟି ଟିପ୍ପର

ମାଲକାନଗିରି(କେନ୍ଯୁଜ୍): ପୁଣି ଲାଲ୍ବାହିନୀର ଲାଲ୍ ତାଣ୍ଡବ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଦୁଇଟି ଟିପ୍ପର ଜାଳିଦେଲେ ମାଓବାଦୀ। ରାସ୍ତା କାମକୁ ବିରୋଧ କରି ଏଭଳି ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ।
ଗତକାଲି ରାତିରେ ବରଗାପାରା ଗାଁ ନିକଟରେ ୨୦ରୁ ଉର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ ଆସି ୨ଟି ଗାଡିକୁ ଜାଳିଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ବିଜାପୁର ଆଡିସନାଲ ଏସ୍ପି ।