ବାଲେଶ୍ୱର(କେନ୍ୟୁଜ୍): ଘର ଭଡାକୁ ନେଇ ହାତାହାତି। ସୋସିଆଲ ମିଡିଆରେ ଭାଇରାଲ ହେଲା ଦୁଇ ମହିଳାଙ୍କ ଲଢେଇର ଦୃଶ୍ୟ। ବାଲେଶ୍ୱର ସହରର ସହଦେବଖୁଣ୍ଟା ଅଞ୍ଚଳରେ ଏହି ଘଟଣା ଘଟିଛି। ଘର ମାଲିକଙ୍କୁ ଦୋକାନ ଭଡ଼ା ନଦେବାକୁ କେନ୍ଦ୍ର କରି ଏମିତି ପରିସ୍ଥିତି ଉପୁଜିଥିବା ଜଣାପଡିଛି। ଦୋକାନ ଘର ମାଲିକ ପଦାରବିନ୍ଦ ମହାପାତ୍ରଙ୍କ ଠାରୁ ଘର ଭଡ଼ା ନେଇ ବାରବାଟୀ ଅଞ୍ଚଳର ଜଣେ ଯୁବକ ଏକ ଷ୍ଟୁଡିଓ କରିଥିଲେ। ଦୋକାନ ଗୃହର ଚୁକ୍ତିନାମା ସରିଯାଇଥିବା ବେଳେ, ନୂଆ ଚୁକ୍ତିନାମା ପାଇଁ ଦୋକାନ ଘର ମାଲିକ ଭଡାଟିଆକୁ କହିଥିଲେ। ଭଡ଼ାଟିଆ ଏହାକୁ ଏଡାଇ ଚାଲିଥିଲେ। ଏହାକୁ ନେଇ ଦୋକାନ ଘର ମାଲିକ ଷ୍ଟୁଡିଓ ତାଲା ଭାଙ୍ଗି ଦୋକାନୀଙ୍କ ଜିନିଷ ପତ୍ର ବାହାରେ ଫିଙ୍ଗି ଦେଇଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ପରେ ମାରପିଟ୍ର ରୂପ ନେଇଥିଲା । ଏହି ଭିଡିଓ ଭାଇରାଲ ହୋଇଛି । ପରେ ଉଭୟଙ୍କ ମଧ୍ୟରେ ଥାନାରେ ବୁଝାମଣା ହୋଇଥିବା ସୂଚନା ମିଳିଛି।