Below header

ଆଜି ନାଗପୁର ମୁଖ୍ୟ କାର୍ଯ୍ୟାଳୟରେ ବିଜୟା ଦଶମୀ ଉତ୍ସବ ପାଳନ କରୁଛି ରାଷ୍ଟ୍ରୀ ସ୍ୱୟଂ ସହାୟକ ସଂଘ

ନାଗପୁର: ଆଜି ବିଜୟା ଦଶମୀ ଉତ୍ସବ ପାଳନ କରୁଛି ରାଷ୍ଟ୍ରୀ ସ୍ୱୟଂ ସହାୟକ ସଂଘ । ସଂଘର ନାଗପୁର ମୁଖ୍ୟ କାର୍ଯ୍ୟାଳୟରେ ଏହି ଉତ୍ସବ ପାଳନ କରାଯାଇଛି । ୧୯୨୨୫ ବିଜୟା ଦଶମୀ ଦିନ ଆରଏସ୍‌ଏସ୍‌ର ପ୍ରତିଷ୍ଠା ହୋଇଥିଲା । ଏହା ପରଠୁ ଆରଏସ୍‌ଏସ୍‌ ମୁଖ୍ୟାଳୟରେ ଧୁମ୍‌ଧାମ୍‌ରେ ପାଳିତ ହେଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ HCL ଅଧ୍ୟକ୍ଷ ଶିବ ନାଡର । ସଂଘ ସଞ୍ଚାଳକ ଡକ୍ଟର ମୋହନ ଭାଗବତ ସମ୍ବୋଧିତ କରିଥିଲେ ।

ଏହି ଅବସରରେ ମୋହନ ଭାଗବତ ଆଜି ସକାଳ ୭ଟା ୪୦ ମିନିଟ ସମୟରେ ଶସ୍ତ୍ରପୂଜା କରିଥିଲେ। ଶସ୍ତ୍ରପୂଜା ପୂର୍ବରୁ ଏକ ବିରାଟ ପଥସଂଚାଳନ ଆୟୋଜିତ ହୋଇଥିଲା । ସଂଘର ବିଜୟାଦଶମୀ ଉତ୍ସବରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ପ୍ରମୁଖ ଉପସ୍ଥିତ ରହିଥିଲେ । ଚଳିତ ବର୍ଷର ବିଜୟାଦଶମୀ କାର୍ଯ୍ୟକ୍ରମରେ ଏଚସିଏଲର ପ୍ରତିଷ୍ଠାତା ଶିବ ନାଡର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅସରରେ ଉଦବୋଧନ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ କହିଥିଲେ ଯେ, ଏବେ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। ସମଗ୍ର ବିଶ୍ବରେ ଭାରତର ଶତ୍ରୁମାନେ ଅଲଗା ହୋଇସାରିଛନ୍ତି। ସେ ଏହି ଅବସରରେ ଦେଶର ସେନାବାହିନୀର ପ୍ରଶଂସା କରି କହିଛନ୍ତି ଯେ ଦେଶର ସେନାବାହିନୀର ମନୋବଳ ବଢ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.