ନିଜ ବାୟୋପିକର ଫାଷ୍ଟ ଲୁକ ସେୟାର କଲେ ସାୟନା ଓ ପରିଣିତିଙ୍କୁ ଜଣାଇଲେ ଶୁଭେଚ୍ଛା

ବ୍ୟାଡମିଣ୍ଟନ ଷ୍ଟାର ସାୟନା ନେହବାଲଙ୍କ ଜୀବନି ଉପରେ ପ୍ରସ୍ତୁତ ହେବାକୁ ଯାଉଥିବା ଚଳଚ୍ଚିତ୍ରରେ ପରିଣିତି ଚୋପ୍ରା ନଜର ଆସିବାକୁ ଯାଉଛନ୍ତି । ନିକଟରେ ସାୟନା ଏହି ଫିଲ୍ମର ଫାଷ୍ଟ ଲୁକ ସେୟାର କରିବା ସହିତ ପରିଣିତି ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନେହବାଲ ନିଜର ଟ୍ୱିଟରେ ଲେଖିଛନ୍ତି ‘ଏହି ଯାତ୍ରା ପାଇଁ ଆଗ୍ରହର ସହିତ ଅପେକ୍ଷା ରହିଛି । ସାୟନା ନେହବାଲର ବାୟୋପିକ ପାଇଁ ମୋର ଶୁଭକାମନ ଆପଣଙ୍କ ସହିତ ରହିଛି ।’ ସାୟନାଙ୍କ ବ୍ୟତୀତ ଟି-ସିରିଜର ମୁଖ୍ୟ ଭସାଣ କୁମାର ମଧ୍ୟ ପରିଣିତିଙ୍କୁ ଏହି ଫିଲ୍ମ ପାଇଁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।

ଏହାସହ ପଢନ୍ତୁ ଅର୍ଜୁନ କପୁରଙ୍କ ଫଟୋ ଦେଖି ମଲାଇକାଙ୍କ ବଢ଼ିଲା ଚିନ୍ତା, କମେଣ୍ଟ କରି ପଚାରିଲେ ଏପରି

ଏହି ଫିଲ୍ମ କୁ ନେଇ ପରିଣିତି ଚୋପ୍ରା କହିଛନ୍ତି ଯେ ଏହି ପ୍ରୋଜେକ୍ଟ ମୋ ପାଇଁ ଏକଦମ ପରଫେକ୍ଟ ଅଟେ । ଏହି ଫିଲ୍ମର ଡ଼ାଇରେକ୍ଟର ଅମୋଲ ଗୁପ୍ତେ ସାର ଏବଂ ତାଙ୍କର ଟିମ ଏହି ଚଳଚ୍ଚିତ୍ର ପାଇଁ ଯାହା କରିଛନ୍ତି ତାହା ପ୍ରଶଂସନୀୟ ଅଟେ । ସେ ମୋତେ ସେହି ସମସ୍ତ ସୁବିଧା ଦେଇଛନ୍ତି ଯାହା ଏହି ପ୍ରୋଜେକ୍ଟ ପାଇଁ ମୋତେ ଆବଶ୍ୟକ ଥିଲା ଏବଂ ମୋତେ ୱାର୍ଲଡ କ୍ଲାସ ଖେଳାଳି ମାନଙ୍କ ଠାରୁ ମଧ୍ୟ ଏହି ଫିଲ୍ମ ପାଇଁ ଟ୍ରେନିଂ ମିଳିଛି । ମୁଁ ଏହି ଫିଲ୍ମକୁ ନେଇ ବହୁତ ଖୁସି ଅଛି ତାସହିତ ଟିକିଏ ନର୍ଭସ ମଧ୍ୟ ।

ହଲିଉଡ଼ ଫିଲ୍ମର ରିମେକରେ ମଧ୍ୟ କାମ କରୁଛନ୍ତି ପରିଣିତି ଚୋପ୍ରା

ଏହା ବ୍ୟତୀତ ପରିଣିତି ଚୋପ୍ରା ଅଜୟ ଦେବଗନଙ୍କ ଫିଲ୍ମ ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆରେ ମଧ୍ୟ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ସୋନାକ୍ସି ସିହ୍ନା ଏବଂ ସଞ୍ଜୟ ଦତ୍ତଙ୍କ ସହ ନଜରକୁ ଆସିବେ । ଏହା ସହିତ ସେ ହଲିଉଡ଼ ଥ୍ରୀଲରର ଅଧିକାରିକ ରିମେକରେ ମଧ୍ୟ କାମ କରୁଛନ୍ତି । ଦ ଗାର୍ଲ ଅନ ଦ ଟ୍ରେନ ନାମକ ଏହି ଫିଲ୍ମରେ ଏମିଲି ବ୍ଳଣ୍ଟ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ୨୦୧୫ ମସିହାର ବେଷ୍ଟସେଲର ବୁକ ଉପରେ ଆଧାରିତ ଏବଂ ଏହାର ଲେଖକ ହେଉଛନ୍ତି ପାୱଲା ହକିନ୍ସ । ପରିଣିତିଙ୍କ କହିବା ଅନୁଯାୟୀ ଏମିଲିଙ୍କ ସହ ତୁଳନାକୁ ନେଇ ସେ ନର୍ଭସ ନାହାନ୍ତି ଏବଂ ସେ ଏହି ଚଳଚ୍ଚିତ୍ରରେ ନିଜର ବେଷ୍ଟ ଦେବାପାଇଁ ଚେଷ୍ଟା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.