Below header

କଳାହାଣ୍ଡି-ଜୁନାଗଡ଼ ଥାନା ସନ୍ୟାସୀ କୁଣ୍ଡାମାଲ ଗାଁ ନିକଟରେ ଟ୍ରାକ୍ଟର ବାଇକ ମୁହାଁ ମୁଁହିଁ ଧକ୍କା, ଚାଲିଗଲା କକା ପୁତୁରାଙ୍କ ଜୀବନ

କଳାହାଣ୍ଡି : ଟ୍ରାକ୍ଟର ବାଇକ ମୁହାଁ ମୁଁହିଁ ଧକ୍କା କକା ପୁତୁରା ମୃତ। କଳାହାଣ୍ଡି-ଜୁନାଗଡ଼ ଥାନା ସନ୍ୟାସୀ କୁଣ୍ଡାମାଲ ଗାଁ ନିକଟ ୨୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକରେ ବସିଥିବା ଦୁଇଜଣଙ୍କ ମୃତ୍ୟୁ ଘଟିଛି । ମୋଟେର ଗାଁ ପଟୁ ଏକ ଟ୍ରାକ୍ଟର ଦୃତ ଗତିରେ ଆସୁଥିବା ବେଳେ ସାମ୍ନାପଟୁ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସୂଚନା ମୁତାବକ ଦୁଇ ମୃତକ ସମ୍ପର୍କରେ କକା ପୁତୁରା ହୋଇ ଥିବା ଜଣାପଡିଛି । ମୃତକ ଦୁଇ କକା ପୁତୁରା କୋକସରା ଥାନା ଝରକୁଣ୍ଡାମାଲ ଗ୍ରାମର ଟିକମଣି ଶବର ଓ ଜଗବନ୍ଧୁ ଶବର ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳକୁ ଜୁନାଗଡ଼ ପୋଲିସ ପହଂଚି ଶବ ଜବତ କରିବା ସହ ଜୁନାଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଦୁଇ କକା ପୁତୁରା ମୃତ୍ୟୁକୁ ନେଇ ପରିବାର ଲୋକେ ଭାଙ୍ଗିପଡିଥିବାବେଳେ ଡାକ୍ତରଖାନାରେ ଶୋକର ଛାୟା ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.