Below header

ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀ ଗଣନା, ୨୧ଟି ଟିମ୍‌ ସହ ସମ୍ବଲପୁର OUATର ଛାତ୍ରଛାତ୍ରୀ ସାମିଲ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀ ଗଣନା। ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଫରେଷ୍ଟ ଡିଭିଜନର ମୋଟ ୨୧ଟି ଟିମ୍‌ ସହ ସମ୍ବଲପୁର OUATର ଛାତ୍ରଛାତ୍ରୀ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି।

ହୀରାକୁଦ ଜଳଭଣ୍ଡାରରେ ୧୮ଟି ଏବଂ ପାୱାର ଚ୍ୟାନେଲରେ ୩ଟି ଟିମ୍‌ ଗଣନାରେ ସମିଲ ହୋଇଛନ୍ତି। ବାଇନାକୁଲର ଓ କ୍ୟାମେରା ମାଧ୍ୟମରେ ଚାଲିଛି ଗଣନା । ୧୪ଟି ଡଙ୍ଗା ଓ ୬ଟି ଲଞ୍ଚ ଓ ଗୋଟିଏ ମୋଟର ଭେଇକଲ ଏଥିରେ ସାମିଲ ରହିଛି। ଗତବର୍ଷ ହାରକୁଦ ଜଳଭଣ୍ଡାରକୁ ୯୨ପ୍ରଜାତିର ୧ଲକ୍ଷ ୪୫ହଜାର ୯୪୬ ପକ୍ଷୀ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.