ପର୍ସରେ ଆଦୌ ରଖନ୍ତୁନି ଏସବୁ ଜିନିଷ, ଚାଲିଯିବ ସବୁ ଟଙ୍କା ପଇସା

କିଛି ଲୋକଙ୍କ ପର୍ସ ସବୁବେଳେ ଖାଲି ରହିଥାଏ। ଯେତେ ଟଙ୍କା ରଖିଲେ ବି ତାହା ଖର୍ଚ୍ଚ ହୋଇଯାଏ। ସାଧାରଣତଃ ଏହାର କାରଣ କେହି ଜାଣିପାରନ୍ତି ନାହିଁ। ମାତ୍ର ବାସ୍ତୁ ଅନୁସାରେ କୁଯୋଗ ବନିଲେ ଆର୍ଥିକ ଅନାଟନ ଦେଖାଦିଏ। ଫଳରେ କ୍ଷତି ଉପରେ କ୍ଷତି ଲାଗି ରହେ। ପାଖରେ ଟଙ୍କା ରହେନି ଓ କରଜ ବଢ଼ିବାରେ ଲାଗେ। ତେବେ ଆସନ୍ତୁ ଜାଣିବା ପର୍ସରେ କେଉଁ ସବୁ ଜିନିଷ ରଖିବା ମନା…

  • ବାସ୍ତୁ ଅନୁସାରେ, ପର୍ସରେ ପୁରୁଣା ବିଲ୍‌ ଓ କାଗଜ ରାହୁଙ୍କ ଦଶା ବଢ଼ାଏ। ଏଣୁ ଏସବୁ ଜିନିଷ ନ ରଖି ପର୍ସରେ କେବଳ ଟଙ୍କା ରଖିବା ଉଚିତ। ନଚେତ୍‌ ଅର୍ଥାଭାବ ସବୁବେଳେ ଲାଗି ରହିବ।
  • ପର୍ସ ଫାଟିଥିଲେ କିମ୍ବା ନଷ୍ଟ ହୋଇଯାଇଥିଲେ ତାହାକୁ ତୁରନ୍ତ ବଦଳାନ୍ତୁ। ନଚେତ୍‌ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।
  • ପର୍ସରେ କେବେ ବି ଖାଇବା ଜିନିଷ ରଖନ୍ତୁ ନାହିଁ। ଗୁଟ୍‌ଖା, ସୁପାରୀ ଆଦି ରଖିଲେ କେବେ ବି ଧନ ରହେ ନାହିଁ।
  • ବାସ୍ତୁ ଅନୁସାରେ ପର୍ସରେ ଔଷଧ ରଖିବା ଅନୁଚିତ। ଏଭଳି କରିବା ଦ୍ୱାରା ଟଙ୍କା କେବଳ ଔଷଧପତ୍ରରେ ହିଁ ଖର୍ଚ୍ଚ ହୁଏ।
  • ସେହିପରି ପର୍ସରେ ବ୍ଲେଡ୍‌, ଛୁରୀ ଆଦି ଧାରୁଆ ଜିନିଷ ମଧ୍ୟ ରଖିବାକୁ ବାରଣ କରାଯାଇଛି। ଏସବୁ ବଦଳରେ ଆପଣ ପର୍ସରେ ଚାନ୍ଦି କିମ୍ବା ତମ୍ବାର ଜିନିଷ ରଖିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.