ରଗବିରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ,୧୮ ବ ର୍ଷରୁ କମ୍ ବୟସ ଏସିଆ ରଗବୀ ଚାମ୍ପିଅନ୍‌ସିପରେ ରୌପ୍ୟ ପଦକ ଜିତିଲେ ଭାରତୀୟ ବାଳିକା ଦଳ

କେନ୍ୟୁଜ୍(ବ୍ୟୁରୋ):ଏସିଆ ରଗବୀ ଅଣ୍ଡର 18- 7S ଚାମ୍ପିଅନ୍‌ସିପରେ ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ବାଳିକା ଦଳ। ଫାଇନାଲର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତୀୟ ବାଳିକା ଦଳ ୧୭-୨୧ରେ ୟୁଏଇଠାରୁ ହାରିଥିଲା। ତାସକେଣ୍ଟରେ ଖେଳାଯାଉଥିବା ଚାମ୍ପିଅନସିପ୍‌ର ପ୍ରାରମ୍ଭିକ ମ୍ୟାଚରେ କାଜକସ୍ତାନଠାରୁ ୧୦-୧୨ରେ ହାରିଥିଲେ ଭାରତୀୟ ବାଳିକା ଦଳ। କିନ୍ତୁ ପରବର୍ତ୍ତୀ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ ଦଳ। କିର୍ଗିଜସ୍ତାନକୁ ୬୩-୦ ଓ ଉଜ୍‌ବେକିସ୍ତାନକୁ ୨୦-୫ରେ ହରାଇଥିଲା।

ସେମିଫାଇନାଲରେ ଭାରତୀୟ ବାଳିକା ଦଳ କାଜକ୍‌ସ୍ତାନକୁ ୨୪-୭ରେ ହରାଇଥିଲା। ଭାରତୀୟ ରଗବୀ ବାଳିକା ଦଳ ୨୦୧୬ରେ ଏସିଆ ରଗବୀ ଅଣ୍ଡର 18- 7S ଚାମ୍ପିଅନ୍‌ସିପରେ ବ୍ରୋଞ୍ଜ ପଦକ ଜିତିଥିଲା। ୨୦୧୭ରେ ରୌପ୍ୟ ଜିତି ଥିବା ବେଳେ ଚଳିତ ବର୍ଷ ପୁଣି ରୌପ୍ୟ ପଦକ ହାସଲ କରିଛି। ଚଳିତ ବର୍ଷ ଭାରତୀୟ ବାଳିକା ରଗବୀ ଦଳରେ କିସର ୩ ଖେଳାଳି ଥିଲେ । ତରୁଲତା ନାୟକ, ମାମା ନାୟକ ଓ ନିର୍ମାଲ୍ୟ ରାଉତ ୧୮ ବର୍ଷରୁ କମ୍‌ ଭାରତୀୟ ବାଳିକା ରଗବି ଦଳ ପାଇଁ ମନୋନୀତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.