Below header

ନବରଙ୍ଗପୁର ଉପକାରାଗାରରୁ ବିଚାରାଧୀନ କଏଦୀ ଫେରାର, ଡକାୟତି ମାମଲାରେ ଗତ ମାର୍ଚ୍ଚରେ ଗିରଫ କରିଥିଲା ପୋଲିସ

ଆଜି ଲୁକୁକୁ କୋର୍ଟରେ ହଜାର କରିଥିଲା ପୋଲିସ । ଭ୍ୟାନରେ ଉପକାରଗାର ଆସିବା ପରେ ଜେଲ ଗେଟରୁ ଚମ୍ପଟ ମାରିଲା ଲୁକୁ । ଦାୟୀତ୍ୱରେ ଥିବା ପୋଲିସ ମଧ୍ୟ ଲୁକୁର ପିଛା କରିିଥିଲେ । ତେବେ ଲୁକୁ ଖସି ଯିବାରେ ସଫଳ ହେଇଥିଲା । ଏପଟେ ଜେଲ ଫାଟକ ସାମ୍ନାରେ ଏକ କଲଭର୍ଟ ତିଆରି ଚାଲିଛି

ନବରଙ୍ଗପୁର(କେନ୍ୟୁଜ୍): ଜେଲ ପରିସରରୁ ଚମ୍ପଟ ମାରିଲା କଏଦୀ । ନବରଙ୍ଗପୁର ଉପକାରଗାରରୁ ଜଣେ ହାଜତ ବନ୍ଦୀ ଫେରାର । ତାଙ୍କ ନାଁ ଲୁକୁ ଭୂମିଆ, ଖାତିଗୁଡା ଥାନାର ଜଣେ ବ୍ୟକ୍ତିଙ୍କ ଘରେ ପଶି ୬ ଜଣ ଡକାୟତ ୨ ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଥିଲେ । ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗତ ୧୭ମାର୍ଚ୍ଚରେ ଲୁକୁ ଭୂମିଆକୁ ପୋଲିସ ଗିରଫ କରିଥିଲା । ଆଜି ଲୁକୁକୁ କୋର୍ଟରେ ହଜାର କରିଥିଲା ପୋଲିସ । ଭ୍ୟାନରେ ଉପକାରଗାର ଆସିବା ପରେ ଜେଲ ଗେଟରୁ ଚମ୍ପଟ ମାରିଲା ଲୁକୁ ।

ଦାୟୀତ୍ୱରେ ଥିବା ପୋଲିସ ମଧ୍ୟ ଲୁକୁର ପିଛା କରିିଥିଲେ । ତେବେ ଲୁକୁ ଖସି ଯିବାରେ ସଫଳ ହେଇଥିଲା । ଏପଟେ ଜେଲ ଫାଟକ ସାମ୍ନାରେ ଏକ କଲଭର୍ଟ ତିଆରି ଚାଲିଛି । ସେଥିପାଇଁ କୋର୍ଟ ଭ୍ୟାନ ଫାଟକ ଭିତରକୁ ପଶି ପାରିଲା ନାହିଁ । ଯାହାର ସୁଯୋଗ ନେଇ ଲୁକୁ ଚମ୍ପଟ ମାରିଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଉଛନ୍ତି । ଲୁକୁ ଜଣେ ପେଷାଦାର ଅପରାଧୀ । ତା ନାଁରେ ଅନେକ ଲୁଟ, ଡକାୟତି ଭଳି ସଙ୍ଗିନ ଅଭିଯୋଗ ଥିବା ପୋଲିସ ସୂଚନା ଦେଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.