Below header

ସ୍କୁଲ ଛାତ୍ରୀଙ୍କ ପାଇଁ ଭଲ ଖବର, ବିଦ୍ୟାଳୟରେ ମାଗଣା ସାନିଟାରୀ ପ୍ୟାଡ୍‌ ଯୋଗାଇଦେବାକୁ ସୁପ୍ରିମକୋର୍ଟଙ୍କ ଆଦେଶ

ସୁପ୍ରିମକୋର୍ଟ ସମସ୍ତ ରାଜ୍ୟର ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଅଧୀନରେ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇବାକୁ କୁହାଯାଇଛି।

ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ଖୁସି ଖବର। ସାରା ଦେଶର ବିଦ୍ୟାଳୟଗୁଡ଼ିକ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ସମସ୍ତ ରାଜ୍ୟର ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଅଧୀନରେ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇବାକୁ କୁହାଯାଇଛି।

ଏଥିପାଇଁ ପ୍ୟାଡ୍ ଲାଗି ଭେଣ୍ଡିଂ ମେସିନ୍ ସ୍ଥାପନଠାରୁ ଆରମ୍ଭ କରି ପ୍ୟାଡ୍ ନିଷ୍କାସନ ବ୍ୟବସ୍ଥା ପର୍ଯ୍ୟନ୍ତ କରିବାକୁ ପଡ଼ିବ। ତେବେ ଯେଉଁଠି ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶ୍ରେଣୀର ଛାତ୍ରୀମାନେ ପାଠ ପଢ଼ୁଛନ୍ତି, ସେହି ସବୁ ବିଦ୍ୟାଳୟ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ପ୍ରଧାନ ବିଚାରପତି ଡି.ଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲାଙ୍କ ବେଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଛାତ୍ରୀମାନଙ୍କ ସୁରକ୍ଷା ତଥା ପରିଷ୍କାର ପରିଚ୍ଛନ୍ନତା ପାଇଁ ସୁବନ୍ଦୋବସ୍ଥ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି। ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ SOP ଏବଂ ନ୍ୟାସନାଲ୍ ମଡେଲ୍ ବିକଶିତ କରିବାକୁ ଆଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.