Below header

ଅଶ୍ବିନୀ ବୈଷ୍ଣବଙ୍କ ଫୋକସ କଟକ, ଗୋଟିଏ ମାସରେ ତିନି ଥର ଗସ୍ତ

ଅଶ୍ବିନୀ ବୈଷ୍ଣବଙ୍କ ଫୋକସ କଟକ। ଗୋଟିଏ ମାସରେ ତିନି ଥର ଗସ୍ତ କଲେଣି । ଚଳିତ ମାସରେ ତୃତୀୟ ଥର ପାଇଁ କଟକ ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଗତକାଲି କଟକ ସ୍ଥିତ ସମାଜ କାର୍ଯ୍ୟାଳୟକୁ ଯାଇଥିଲେ ରେଳମନ୍ତ୍ରୀ ।

ଅଶ୍ବିନୀ ବୈଷ୍ଣବଙ୍କ ଫୋକସ କଟକ। ଗୋଟିଏ ମାସରେ ତିନି ଥର ଗସ୍ତ କଲେଣି । ଚଳିତ ମାସରେ ତୃତୀୟ ଥର ପାଇଁ କଟକ ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଗତକାଲି କଟକ ସ୍ଥିତ ସମାଜ କାର୍ଯ୍ୟାଳୟକୁ ଯାଇଥିଲେ ରେଳମନ୍ତ୍ରୀ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସମାଜ ଅଫିସକୁ ପରିଦର୍ଶନ କରିଥିଲେ। ଆଜି କଟକ ସଦରର ପରମ ହଂସଠାରେ ଥିବା ହଂସନାଥ ମହାଦେବଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ପରେ ପରମହଂସଠାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ରେଳମନ୍ତ୍ରୀ ।

ମଧ୍ୟାହ୍ନ ୧୨ଟା ୧୫ରେ ଯଶପଡା ପଡିଆଠାରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ । କଟକ ଲୋକସଭାର ସବୁ ନିର୍ବାଚନମଣ୍ଡଳୀ ବୁଲିଲେଣି ଅଶ୍ବିନୀ ବୈଷ୍ଣବ। ଅଶ୍ବିନୀଙ୍କ ବାରମ୍ବାର କଟକ ଗସ୍ତ ଆସନ୍ତା ନିର୍ବାଚନରେ ସେ ଏଠାରୁ ଲୋକସଭା ପ୍ରାର୍ଥୀ ହେବା ସମ୍ଭାବନାକୁ ବଢ଼ାଇଛି । ତେବେ ଗଣମାଧ୍ୟମର ଏସମ୍ପର୍କିତ ପ୍ରଶ୍ନରେ ଚୁପ୍ ରହିଥିଲେ ରେଳମନ୍ତ୍ରୀ । ପୂର୍ବରୁ କଟକ ଲୋକସଭା କ୍ଷେତ୍ରର ୪ଟି ବିଧାନସଭା ଅଞ୍ଚଳ ଗସ୍ତ କରିଥିଲେ । ପରେ ବାଲେଶ୍ବର ଗସ୍ତ ବେଳେ କଟକ ଷ୍ଟେସନରେ ବି ଓହ୍ଲାଇଥିଲେ । ଏବେ ପୁଣି କଟକ ଗସ୍ତକୁ ନେଇ ଚର୍ଚ୍ଚା ହେଉଛି କଟକରୁ ଅଶ୍ବିନୀ ବୈଷ୍ଣବ ଲଢ଼ିବା ଏକ ପ୍ରକାର ନିଶ୍ଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.