ନୂଆ ସରକାର ଗଠନ ପାଇଁ ପ୍ଲାନ୍ ପ୍ରସ୍ତୁତ, ଆଜି ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ରୋଚକ ମୋଡ଼ରେ ବିହାର ରାଜନୀତି । ଭାଙ୍ଗିଯିବ ସରକାରୀ ମହାମେଣ୍ଟ । ନୂଆ ସରକାର ଗଠନ ପାଇଁ ପ୍ଲାନ୍ ପ୍ରସ୍ତୁତ । ଆଜି ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ରୋଚକ ମୋଡ଼ରେ ବିହାର ରାଜନୀତି । ଭାଙ୍ଗିଯିବ ସରକାରୀ ମହାମେଣ୍ଟ । ନୂଆ ସରକାର ଗଠନ ପାଇଁ ପ୍ଲାନ୍ ପ୍ରସ୍ତୁତ । ଆଜି ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସନ୍ଧ୍ୟା ସୁଦ୍ଧା ବିଜେପି ସମର୍ଥନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ସମ୍ଭାବନା। ସେ ନବମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ସକାଳ ୧୦ଟାରେ ଜେଡିୟୁ ବିଧାୟକଙ୍କ ବୈଠକ ହେବ । ଏହାପରେ ସିଏମ୍ ହାଉସରେ ଏନଡିଏ ବୈଠକ ରହିଛି । ବୈଠକ ପରେ ଦିନ ୧୨ଟାରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇପାରନ୍ତି ନୀତୀଶ ।

ଅପରାହ୍ନ ୪ଟାରେ ଶପଥ ଗ୍ରହଣ ସମାରୋହ ରହିଛି । ବିଜେପିରୁ ୨ଜଣ ଉପମୁଖ୍ୟମନ୍ତ୍ରୀ ରହିବା ନେଇ ଚର୍ଚ୍ଚା ଜୋର ଧରିଛି। ନୀତୀଶଙ୍କ ଶପଥ ଉତ୍ସବରେ ସାମିଲ ହୋଇପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ..ଏପଟେ ନୀତୀଶଙ୍କୁ ଚେକମେଟ ଦେବାକୁ ରାଜ୍ଯପାଳଙ୍କୁ ଭେଟି ସରକାରରୁ ସମର୍ଥନ ପ୍ରତ୍ୟାହାର କରିପାରେ ଆରଜେଡି। ଏଥିସହ ଆରଜେଡି ବୈଠକ ପରେ ତେଜସ୍ବୀ ଯାଦବ କହିଛନ୍ତି ବର୍ତ୍ତମାନ ବିହାରରେ ଖେଳ ହେବା ବାକି ରହିଛି । ବାଚସ୍ପତିଙ୍କୁ ଭେଟି ନୀତୀଶଙ୍କୁ ଗୃହରେ ବହୁମତ ସାବ୍ୟସ୍ତ ପାଇଁ ଦାବି ରଖିପାରେ ଆରଜେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.