ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ଦିର ଦର୍ଶନ ପରେ ମାଗିବେ ଭୋଟ

ସେପଟେ କୁଚିଣ୍ଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର । ପ୍ରଥମେ କୁଚିଣ୍ଡା ବାନ୍ଦୁବାସ ସ୍ଥିତ ହନୁମାନ ମନ୍ଦିରକୁ ଯାଇ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର । ଏହାପରେ ସାଧାରଣ ସଭାରେ ଯୋଗ ଦେଇ ଲୋକଙ୍କୁ ଭୋଟ ଭିକ୍ଷା କରିବେ ।

କୁଚିଣ୍ଡା(କେନ୍ୟୁଜ୍‌): ସେପଟେ କୁଚିଣ୍ଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର । ପ୍ରଥମେ କୁଚିଣ୍ଡା ବାନ୍ଦୁବାସ ସ୍ଥିତ ହନୁମାନ ମନ୍ଦିରକୁ ଯାଇ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର । ଏହାପରେ ସାଧାରଣ ସଭାରେ ଯୋଗ ଦେଇ ଲୋକଙ୍କୁ ଭୋଟ ଭିକ୍ଷା କରିବେ । ପରେ ଏକ ବାଇକ୍ ରାଲିରେ ବାହାରି ସହର ପରିକ୍ରମା କରି ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଗସ୍ତ କରି ପୁରୁଣାଗଡ଼ ମଦନମୋହନ ମନ୍ଦିରରୁ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରି ସାରିଛନ୍ତି ଧର୍ମେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.