ଆପଣଙ୍କ ହ୍ୱାଟ୍ସଆପକୁ ବି ଆସୁଛି କି କୌଣସି ପାକିସ୍ତାନୀ ନମ୍ବରରୁ କଲ୍? ଜାଣନ୍ତୁ କେଉଁଠାରେ କରିବେ ଅଭିଯୋଗ

ଆପଣଙ୍କ ହ୍ୱାଟ୍ସଆପକୁ ବି କୌଣସି +92 ରୁ ଆରମ୍ଭ ହୋଇଥିବା ନମ୍ବରରୁ କଲ ଆସୁଛି କି? ତେବେ ହୋଇଯାନ୍ତୁ ସାବଧାନ! କାରଣ ଏହି ନମ୍ବରରୁ ଆସୁଥିବା କଲ ପାକିସ୍ତାନୀରୁ ଆସୁଛି ବୋଲି DoT ବିଭାଗ ଚେତାବନୀ ଦେଇଛି । ବର୍ତ୍ତମାନ ଏନେଇ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଟେଲିକମ୍ ବିଭାଗ (DoT) ନିକଟରେ ଏକ ନିର୍ଦ୍ଧେଶନାମା ଜାରି କରିଛି ।

ଆପଣଙ୍କ ହ୍ୱାଟ୍ସଆପକୁ ବି କୌଣସି +92 ରୁ ଆରମ୍ଭ ହୋଇଥିବା ନମ୍ବରରୁ କଲ ଆସୁଛି କି? ତେବେ ହୋଇଯାନ୍ତୁ ସାବଧାନ! କାରଣ ଏହି ନମ୍ବରରୁ ଆସୁଥିବା କଲ ପାକିସ୍ତାନୀରୁ ଆସୁଛି ବୋଲି DoT ବିଭାଗ ଚେତାବନୀ ଦେଇଛି । ବର୍ତ୍ତମାନ ଏନେଇ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଟେଲିକମ୍ ବିଭାଗ (DoT) ନିକଟରେ ଏକ ନିର୍ଦ୍ଧେଶନାମା ଜାରି କରିଛି । ଏହି ନମ୍ବରରୁ କଲ୍ କରୁଥିବା ଲୋକମାନେ ନିଜକୁ DoT ର ବୋଲି ଦର୍ଶାଇ ଲୋକଙ୍କୁ ଧମକ ଦେଉଛନ୍ତି ଯେ ଏହି ଆକାଉଣ୍ଟ ବେଆଇନ କାର୍ଯ୍ୟକଳାପରେ ବ୍ୟବହୃତ ହେଉଥିବାରୁ ସେମାନଙ୍କ ମୋବାଇଲ୍ ନମ୍ବର ଡିସକନେକ୍ଟ କରିଦିଆଯିବ ।

ସେଥିପାଇଁ ଏହି ବିଦେଶୀ ନମ୍ବରରୁ ଆସୁଥିବା ହ୍ୱାଟ୍ସଆପ୍ କଲ୍ ସମ୍ପର୍କରେ ଟେଲିକମ୍ ବିଭାଗ ଏକ ନିର୍ଦ୍ଧେଶନାମା ଜାରି କରିଛି । ଏହି ଫୋନ୍ ନମ୍ବରଗୁଡିକ +92 ରୁ ଆରମ୍ଭ ହୋଇଥାଏ ଯାହା ପାକିସ୍ତାନର ଏକ କୋଡ୍ ଅଟେ । ଯଦି ଆପଣଙ୍କୁ ଏହି କୋଡ୍ କିମ୍ବା ଅନ୍ୟ କୌଣସି ଆନ୍ତର୍ଜାତୀୟ କୋଡରୁ ଆରମ୍ଭ ହୋଇଥିବା ନମ୍ବରରୁ କଲ୍ ଆସେ ତେବେ ମୋବାଇଲ୍ ୟୁଜର ଏହି କଲ୍ କୁ ଅଣଦେଖା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛନ୍ତି । ଯଦି କାହା ପାଖକୁ ଏପରି କଲ୍ ଆସେ, ତେବେ ସେମାନେ କେଉଁଠାରେ ଅଭିଯୋଗ କରିପାରିବେ ସେ ନେଇ ମଧ୍ୟ ସରକାର ସୂଚନା ଦେଇଛି ।

ଟେଲିକମ୍ ମନ୍ତ୍ରଣାଳୟ ମୋବାଇଲ୍ ୟୁଜରଙ୍କୁ ଚେତାବନୀ ଦେଇଛି ଯେ ଏଭଳି କଲ୍ ମାଧ୍ୟମରେ ସାଇବର ଅପରାଧୀମାନେ ପର୍ସନାଲ ଡାଟା ଚୋରି କରିପାରିବେ । ସେଥିପାଇଁ ଲୋକମାନେ ଯଥାସମ୍ଭବ ସତର୍କ ରୁହନ୍ତୁ ଏବଂ ଯଦି ସେମାନଙ୍କୁ ଏପରି କଲ୍ ଆସୁଛି ତେବେ କୌଣସି ଡାଟା ସେୟାର ନ କରନ୍ତୁ । ଏହାର ଅର୍ଥ, ଯଦି ଆପଣ ଏପରି କଲ୍ ପାଆନ୍ତି ଏବଂ ଆପଣଙ୍କୁ କୌଣସି ବ୍ୟାଙ୍କ ସମ୍ବନ୍ଧୀୟ ସୂଚନା କିମ୍ବା OTP ଇତ୍ୟାଦି ପାଇଁ ପଚରାଯାଏ ତେବେ ଏହାକୁ ଆଦୌ ସେୟାର କରନ୍ତୁ ନାହିଁ । ଯଦି ଆପଣଙ୍କୁ ଏପରି କଲ୍ ଆସୁଛି, ଏହାକୁ ଯଥା ସମ୍ଭବ ରିସିଭ୍ ନକରିବାକୁ ଚେଷ୍ଟା କରନ୍ତୁ ।

ତେବେ ଆସନ୍ତୁ ଜାଣିବା ଏଭଳି କଲ ଆସିଲେ କେଉଁଠାରେ ଏବଂ କିପରି ଅଭିଯୋଗ କରିବେ?
ସଞ୍ଚାର ସାଥି ପୋର୍ଟାଲ (www.sancharsaathi.gov.in) ର ‘ଚକ୍ଷୁ-ରିପୋର୍ଟ ସସପେକ୍ଟ ଫ୍ରଡ୍ କମ୍ୟୁନିକେସନ’ ପ୍ଲାଟଫର୍ମରେ ଏପରି ମାମଲା ରିପୋର୍ଟ କରିବାକୁ DoT ନାଗରିକଙ୍କୁ ପରାମର୍ଶ ଦେଇଛି । ଟେଲିକମ୍ୟୁନିକେସନ ବିଭାଗ କହିଛି ଯେ, ଯଦି ଏପରି ମାମଲାଗୁଡ଼ିକ ସମୟ ସମୟରେ ରିପୋର୍ଟ କରାଯାଏ, ତେବେ ଏହା ସାଇବର କ୍ରାଇମ, ଆର୍ଥିକ ଠକେଇ ପାଇଁ ଟେଲିକମ୍ ଉତ୍ସଗୁଡ଼ିକର ଅପବ୍ୟବହାରକୁ ରୋକିବାରେ ଏବଂ ଏହା କରୁଥିବା ଅପରାଧୀଙ୍କୁ ଧରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ ।

ଆପଣଙ୍କ ନାମରେ କେତୋଟି ନମ୍ବର ଅଛି ଯାଞ୍ଚ କରନ୍ତୁ:
ଏହା ବ୍ୟତୀତ ନାଗରିକମାନେ ସେମାନଙ୍କ ନାମରେ ଚାଲୁଥିବା ମୋବାଇଲ୍ କନେକ୍ଟିଭିଟିକୁ ମଧ୍ୟ ଯାଞ୍ଚ କରିପାରିବେ । ଏଥିପାଇଁ, ସଞ୍ଚାର ସାଥୀ ପୋର୍ଟାଲର know your mobile କନେକ୍ସନ୍ ସେବା ବ୍ୟବହାର କରାଯାଇପାରିବ । ମନ୍ତ୍ରଣାଳୟ କହିଛି ଯେ ଯଦି କୌଣସି ନାଗରିକ ଜାଣନ୍ତି ଯେ ତାଙ୍କ ନାମରେ ମୋବାଇଲ୍ କନେକ୍ଟିଭିଟି ଚାଲିଛି ଯାହା ତାଙ୍କ ପାଖରେ ନାହିଁ, ତେବେ ସେ ତୁରନ୍ତ ଏହାକୁ ରିପୋର୍ଟ କରିବା ଉଚିତ୍ । ଠକେଇ ମାମଲାରେ, ଆପଣ ସାଇବର କ୍ରାଇମ୍ ହେଲ୍ପଲାଇନ ୧୯୩୦ କିମ୍ବା ୱେବସାଇଟ୍ ସହିତ ମଧ୍ୟ ଯୋଗାଯୋଗ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.