ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ରିଲିଜ୍ ଡେଟ୍ ହେଲା ପରିବର୍ତ୍ତନ, ଜାଣନ୍ତୁ କେବେ
ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ’ ଏପ୍ରିଲ ୧୦ରେ ସିନେମା ହଲ୍ରେ ରିଲିଜ୍ ହେବାରେ ଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମର ରିଲିଜ୍ ଡେଟ୍ରେ ପରିବର୍ତ୍ତନ କରାଯାଇଛି । ତେବେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ଙ୍କ ଅଭିନୀତ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଏପ୍ରିଲ୍ ୧୦ରେ ଆଉ ମୁକ୍ତିଲାଭ କରିବ ନାହିଁ ।

ବର୍ତ୍ତମାନ ଫ୍ୟାନ୍ସ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅପ୍କମିଂ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଉଭୟ ଷ୍ଟାର ବହୁତ ଦିନ ଧରି ମଜାଳିଆ ଷ୍ଟାଇଲ୍ରେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତେବେ ଫିଲ୍ମଟି ଏପ୍ରିଲ ୧୦ରେ ସିନେମା ହଲ୍ରେ ରିଲିଜ୍ ହେବାରେ ଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମର ରିଲିଜ୍ ଡେଟ୍ରେ ପରିବର୍ତ୍ତନ କରାଯାଇଛି । ତେବେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ଙ୍କ ଅଭିନୀତ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଏପ୍ରିଲ୍ ୧୦ରେ ଆଉ ମୁକ୍ତିଲାଭ କରିବ ନାହିଁ ।
ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ରିଲିଜ୍କୁ ନିର୍ମାତାମାନେ ପରିବର୍ତ୍ତନ କରିଛନ୍ତି । କିନ୍ତୁ ନିର୍ମାତାମାନେ ଫିଲ୍ମ ପାଇଁ ଫ୍ୟାନ୍ସଙ୍କୁ ଅଧିକ ସମୟ ଅପେକ୍ଷା କରୁନାହାଁନ୍ତି । ତେବେ ଏପ୍ରିଲ୍ ୧୦ ପରିବର୍ତ୍ତେ ଫିଲ୍ମର ରିଲିଜ୍ ଡେଟ୍ ମାତ୍ର ଗୋଟିଏ ଦିନ ଆଗକୁ ବଢା ହୋଇଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଇଦ୍ ଅର୍ଥାତ୍ ଏପ୍ରିଲ ୧୧ରେ ମୁକ୍ତିଲାଭ କରିବ ।
ଏପରି ପରିସ୍ଥିତିରେ ରିଲିଜ୍ର ଗୋଟିଏ ଦିନ ପୂର୍ବରୁ ଏପରି ରିଲିଜ୍ ଡେଟ୍ ପରିବର୍ତ୍ତନ କରାଯାଇଥିବାରୁ, ଦର୍ଶକ ଏହାକୁ ନେଇ ନିରାଶ ହୋଇଛନ୍ତି । ସେଥିପାଇଁ ଏହାକୁ ନେଇ ଆସୁଥିବା ଅନେକ ପ୍ରଶ୍ନର ଉତ୍ତର ଅକ୍ଷୟ ଏବଂ ଟାଇଗର ନିଜେ ଦେଇଛନ୍ତି । ତେବେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ନିକଟରେ ସେମାନଙ୍କର ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ପ୍ରମୋସନ ପାଇଁ ୟୁଏଇରେ ପହଞ୍ଚିଥିଲେ, ଯେଉଁଠାରେ ସେମାନେ ପ୍ରଶଂସକ ଇଦ୍ ମୁବାରକର ଆଗରୁ ଶୁଭ କାମନା ଜଣାଇଥିଲେ । ଏହି ସମୟ ମଧ୍ୟରେ ସେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ ଫିଲ୍ମର ରିଲିଜ୍ ଡେଟ୍ ଆଗକୁ ପରିବର୍ତ୍ତନ କରାଯାଇଛି ।
ବାସ୍ତବରେ, ଫିଲ୍ମଟି ଏପ୍ରିଲ ୧୦ରେ ଇଦ୍ ଅବସରରେ ମୁକ୍ତିଲାଭ କରାଯାଇଥାନ୍ତା । କିନ୍ତୁ ଇଦ୍ ଗୋଟିଏ ଦିନ ଆଗକୁ ପରିବର୍ତ୍ତନ ହୋଇଥିବାରୁ । ନିର୍ମାତାମାନଙ୍କୁ ଫିଲ୍ମର ରିଲିଜ୍ ଡେଟ୍ ଗୋଟିଏ ଦିନ ଆଗକୁ ବଢାଇଲେ । ତେବେ ଫିଲ୍ମର ରିଲିଜ୍ ଡେଟ୍ ପରିବର୍ତ୍ତନ କରାଯାଇଥିବା ଯୋଗୁ ଫିଲ୍ମର ପେଡ୍ ପ୍ରିଭ୍ୟୁ ସୋ ଆଉ ଦେଖାଯିବ ନାହିଁ । ସେଥିପାଇଁ ବର୍ତ୍ତମାନ ଦର୍ଶକଙ୍କୁ ଏହି ଫିଲ୍ମକୁ ସିଧାସଳଖ ସିନେମା ହଲ୍ରେ ଦେଖିବାକୁ ମିଳିବ ।
ଫିଲ୍ମ ବିଷୟରେ କହିବାକୁ ଗଲେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟ ବହୁତ କ୍ରେଜ୍ ରହିଛି । ଏହି କାରଣରୁ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ବର୍ତ୍ତମାନ ପ୍ରଶଂସକମାନଙ୍କୁ ଫିଲ୍ମ ଦେଖିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ । ଏହା ବ୍ୟତୀତ ଏହି ଫିଲ୍ମ ସହିତ ଅଜୟ ଦେବଗନଙ୍କ ଫିଲ୍ମ ‘ମଇଦାନ’ ମଧ୍ୟ ଏପ୍ରିଲ ୧୦ ପରିବର୍ତ୍ତେ ଏପ୍ରିଲ ୧୧ରେ ମୁକ୍ତିଲାଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଦେଖିବାରେ ଏହି ଦୁଇଟି ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।