ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ଭାରତୀୟ ଟିମ୍‌ ଘୋଷଣା, ରିଷଭ ପନ୍ତଙ୍କୁ ମିଳିପାରେ ସୁଯୋଗ !

ଖୁବଶୀଘ୍ର ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ଘୋଷଣା ହେବ । ଆଉ ଏଥିରେ ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି । ଦୀର୍ଘ ୧୪ ମାସ ପରେ ଆଇପିଏଲ-୨୦୨୪ରେ କ୍ରିକେଟ ଦୁନିଆକୁ ଫେରିଛନ୍ତି ଷ୍ଟାର କ୍ରିକେଟର ରିଷଭ ପନ୍ତ ।

କ୍ରିକେଟ ଫ୍ୟାନ୍ସ ଏବେ ଆଇପିଏଲର ମଜା ନେଉଛନ୍ତି । ହେଲେ ଖୁବଶୀଘ୍ର ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ଘୋଷଣା ହେବ । ଆଉ ଏଥିରେ ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି । ଦୀର୍ଘ ୧୪ ମାସ ପରେ ଆଇପିଏଲ-୨୦୨୪ରେ କ୍ରିକେଟ ଦୁନିଆକୁ ଫେରିଛନ୍ତି ଷ୍ଟାର କ୍ରିକେଟର ରିଷଭ ପନ୍ତ ।

ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ରିଷଭ ପନ୍ତ । ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଟି-୨୦ ବିଶ୍ୱକପରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିବା ନେଇ ଆଶା କରାଯାଇଛି । ଜୁନ୍ ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ପନ୍ତ ଭାରତ ପାଇଁ ଖେଳିପାରିବେ କି ନାହିଁ, ସେ ନେଇ ଖୁବଶୀଘ୍ର ଦଳ ଘୋଷଣା କରିବ ଭାରତୀୟ କ୍ରିକେଟ ବୋର୍ଡ ।

୨୦୨୨ ଡିସେମ୍ବର ୩୦ ତାରିଖରେ ଦୁର୍ଘଟଣାର ଶିକାର ହୋଇଥିଲେ ରିଷଭ । ସେଥିପାଇଁ ଦୀର୍ଘ ସମୟ ଧରି କ୍ରିକେଟ ଦୁନିଆରୁ ଦୂରେଇ ଥିଲେ । ତେବେ ଆଇପିଏଲ ପରେ ଖୁବଶୀଘ୍ର ରିଷଭ ଭାରତର ଟି-୨୦ ବିଶ୍ୱକପ ଜର୍ସିରେ ନଜର ଆସିପାରନ୍ତି । ଚଳିତ ଆଇପିଏଲର ପ୍ରଥମ ଦୁଇଟି ମ୍ୟାଚରେ ରିଷଭ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ କିନ୍ତୁ ତୃତୀୟ ଏବଂ ଚତୁର୍ଥ ମ୍ୟାଚରେ ନିଜ ପୁରୁଣା ଫର୍ମକୁ ଫେରିଛନ୍ତି ରିଷଭ ।

 

View this post on Instagram

 

A post shared by Rishabh Pant (@rishabpant)

ଟି -୨୦ ବିଶ୍ୱକପକୁ ଧ୍ୟାନରେ ରଖି ଚୟନକର୍ତ୍ତା ଅନେକ ଖେଳାଳିଙ୍କ ଉପରେ ନଜର ରଖିଛି । ଏହି ଖେଳାଳିମାନଙ୍କ ତାଲିକାରେ ରିଷଭ ପନ୍ତଙ୍କ ନାମ ମଧ୍ୟ ସାମିଲ ରହିଛି । ତେଣୁ ଆଗାମୀ ଭବିଷ୍ୟତରେ ରିଷଭ ପନ୍ତଙ୍କ ଫିଟନେସ ଆଧାରରେ ତାଙ୍କୁ ବିଶ୍ୱକପରେ ସୁଯୋଗ ଦେବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ତରଫରୁ ସୂଚନା ମିଳିଛି । ଚୟନକର୍ତ୍ତାଙ୍କ ବୈଠକ ପରେ ୩୦ ଏପ୍ରିଲ୍ କିମ୍ବା ମେ ପ୍ରଥମ ଦିନରେ ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯିବ। ଚଳିତବର୍ଷ ଜୁନରୁ ଟି-୨୦ ବିଶ୍ୱକପର ଆୟୋଜନ ଆମେରିକା ଏବଂ େଓ୍ଵଷ୍ଟଇଣ୍ଡିଜ କରିବ । ଟି-୨୦ ବିଶ୍ୱକପରେ ଭାରତୀୟ ଟିମର ଅଧିନାୟକତ୍ୱ ରୋହିତ ଶର୍ମା କରିବେ ।

ସୂଚନାଯୋଗ୍ୟ, ରିଷଭ ପନ୍ତ ଗତବର୍ଷ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ । ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ । ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.