ଏୟାରଟେଲର ଦମ୍‌ଦାର ରିଚାର୍ଜ ପ୍ଲାନ୍‌: କେବଳ ୧ ଟଙ୍କା ଅଧିକ ଦେଇ ପାଇପାରିବେ ୮୪GB ଡାଟା ଏବଂ ୨୦ଟି OTT ଆପ୍ ଫ୍ରି

ରିଲାଏନ୍ସ ଜିଓ ଏବଂ ଏୟାରଟେଲ ସେମାନଙ୍କ ୟୁଜର୍ସଙ୍କୁ ସର୍ବୋତ୍ତମ ଅଫର ଦେବା ସହିତ ନୂଆ ନୂଆ ରିଚାର୍ଜ ପ୍ଲାନ୍‌ ମଧ୍ୟ ଦେଇଥାନ୍ତି । ଉଭୟ କମ୍ପାନୀର ରିଚାର୍ଜ ପୋର୍ଟଫୋଲିଓରେ ବହୁତ ଭଲ ପ୍ଲାନ୍ସ ରଖିଥାଏ । ତେବେ ବର୍ତ୍ତମାନ ଏୟାରଟେଲର ଏକ ପ୍ଲାନ୍‌ ଟେଲିକମ୍ ୟୁଜର୍ସଙ୍କ ଏକ ଖୁସି ଖବର ଆଣିଛି ।

ରିଲାଏନ୍ସ ଜିଓ ଏବଂ ଏୟାରଟେଲ ହେଉଛି ଦେଶର ଦୁଇଟି ବଡ ଟେଲିକମ୍ କମ୍ପାନୀ । ଏହି ଦୁଇଟି କମ୍ପାନୀ ସେମାନଙ୍କ ୟୁଜର୍ସଙ୍କୁ ସର୍ବୋତ୍ତମ ଅଫର ଦେବା ସହିତ ନୂଆ ନୂଆ ରିଚାର୍ଜ ପ୍ଲାନ୍‌ ମଧ୍ୟ ଦେଇଥାନ୍ତି । ଉଭୟ କମ୍ପାନୀର ରିଚାର୍ଜ ପୋର୍ଟଫୋଲିଓରେ ବହୁତ ଭଲ ପ୍ଲାନ୍ସ ରଖିଥାଏ । ତେବେ ବର୍ତ୍ତମାନ ଏୟାରଟେଲର ଏକ ପ୍ଲାନ୍‌ ଟେଲିକମ୍ ୟୁଜର୍ସଙ୍କ ଏକ ଖୁସି ଖବର ଆଣିଛି ।

ଆପଣମାନେ ଜାଣିଥିବେ ଯେ ରିଲାଏନ୍ସ ଜିଓ ଶସ୍ତା ଏବଂ ସୁଲଭ ମୂଲ୍ୟରେ ରିଚାର୍ଜ ପ୍ଲାନ୍‌ ଦେଇଥାଏ । କିନ୍ତୁ ଏୟାରଟେଲ ଲିଷ୍ଟରେ ଏବେ ଏପରି ଏକ ପ୍ଲାନ୍‌ ରହିଛି, ଯାହା ଜିଓ ଅପେକ୍ଷା ୟୁଜର୍ସଙ୍କୁ ଅଧିକ ଭଲ ଅଫର ଦେଉଛି । ତାହେଲେ ଆସନ୍ତୁ ଏୟାରଟେଲର ଏହି ରିଚାର୍ଜ ପ୍ଲାନ୍‌ ବିଷୟରେ ଜାଣିବା ।

ତେବେ ଏୟାରଟେଲର ଏକ ଧମାକା ରିଚାର୍ଜ ପ୍ଲାନ୍‌ ଆଣିଛି ଯାହା ହେଉଛି କେବଳ ୩୯୯ ଟଙ୍କା । ଏୟାରଟେଲର ଏହି ପ୍ଲାନ୍‌ ଜିଓର ୩୯୮ ଟଙ୍କାର ପ୍ଲାନ୍‌କୁ କମ୍ପିଟିସନ୍‌ ଦେଉଛି । ଏବେ ଏୟାରଟେଲର ପ୍ଲାନ୍‌ ଜିଓଙ୍କ ପ୍ଲାନ୍‌ ତୁଳନାରେ ମାତ୍ର ୧ ଟଙ୍କା ଅଧିକ, କିନ୍ତୁ ଏଥିରେ ୟୁଜର୍ସମାନେ ଜିଓ ଅପେକ୍ଷା ଡାଟା ଏବଂ OTT ର ଅଧିକ ଲାଭ ପାଇପାରିବେ ।

ଜିଓର ୩୯୮ ଟଙ୍କା ପ୍ଲାନ୍‌ :
ଜିଓର ୩୯୮ ଟଙ୍କା ପ୍ଲାନ୍‌ରେ ୟୁଜର୍ସମାନେ ବହୁତ ଭଲ ଅଫର ପାଆନ୍ତି । ଜିଓର ଏହି ପ୍ଲାନ୍‌ ୨୮ ଦିନର ବୈଧତା ସହିତ ଆସିଥାଏ । ଏଥିରେ ଆପଣ ୨୮ ଦିନ ପାଇଁ ଅସୀମିତ କଲିଂ କରିପାରିବେ । ଏହା ସହିତ ଆପଣ 56GB ଡାଟା ପୂର୍ଣ୍ଣ ବୈଧତାରେ ୟୁଜ୍‌ କରିପାରିବେ ଏବଂ ଆପଣ ପ୍ରତିଦିନ 2GB ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ । ଏଥିରେ ଆପଣ ପ୍ରତିଦିନ 100SMS ମଧ୍ୟ ପାଇପାରିବେ । ଏହି ପ୍ଲାନ୍‌ରେ ୟୁଜର୍ସମାନଙ୍କୁ ଜିଓ ୧୨ OTT ଆପ୍ସର ଫ୍ରି ସବସ୍କ୍ରିପସନ୍ ଦେଇଥାଏ । ଯଦି ଆପଣଙ୍କ ଅଞ୍ଚଳରେ 5G ନେଟୱାର୍କ କନେକ୍ଟ ଅଛି ତେବେ ଆପଣ ଏଥିରେ ଅସୀମିତ 5G ଡାଟା ମଧ୍ୟ ପାଇପାରିବେ ।

ଏୟାରଟେଲର ୩୯୯ ଟଙ୍କା ପ୍ଲାନ୍‌ :
ଏୟାରଟେଲର ଏହି ପ୍ଲାନ୍‌ ଜିଓ ଅପେକ୍ଷା ମାତ୍ର ୧ ଟଙ୍କା ଅଧିକ । କିନ୍ତୁ ଏଥିରେ ଆପଣ ଜିଓ ଅପେକ୍ଷା ଅନେକ ଅଫର ପାଇବେ । ଏୟାରଟେଲର ଏହି ପ୍ଲାନ୍‌ ୨୮ ଦିନର ବୈଧତା ସହିତ ଆସିଥାଏ । ତେବେ ଜିଓ ଏହାର ପ୍ଲାନ୍‌ରେ ପ୍ରତିଦିନ 2GB ଡାଟା ପ୍ରଦାନ କରେ କିନ୍ତୁ ଏୟାରଟେଲ ବ୍ୟବହାରକାରୀଙ୍କୁ 3GB ଡାଟା ଦେଇଥାଏ । ଏପରି ଭାବେ ଆପଣ ୨୮ ଦିନରେ 84GB ଡାଟା ବ୍ୟବହାର କରିପାରିବେ । ଏଥିରେ ଯଦି ଆପଣଙ୍କର 5G କନେକ୍ଟ ଅଛି ତେବେ ଆପଣଙ୍କୁ ଅସୀମିତ 5G ଡାଟା ମଧ୍ୟ ମିଳିପାରିବ । ଏହି ଏୟାରଟେଲ ପ୍ଲାନ୍‌ରେ ୨୦ରୁ ଅଧିକ OTT ଆପ୍ସର ଫ୍ରି ସବସ୍କ୍ରିପସନ୍ ଉପଲବ୍ଧ ରହିଛି । ସେଥିପାଇଁ ଏୟାରଟେଲ ୟୁଜର୍ସମାନେ ଏବେ ଏହି ପ୍ଲାନ୍‌ର ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.