BSP ପ୍ରାର୍ଥୀଙ୍କ ହୃଦ୍‌ଘାତରେ ପରଲୋକ, ମଧ୍ୟପ୍ରଦେଶର ଏହି ଲୋକସଭା ଆସନରେ ସ୍ଥଗିତ ରହିଲା ନିର୍ବାଚନ

ମଧ୍ୟପ୍ରଦେଶର ବେତୁଲରୁ ବିଏସ୍‌ପି ପ୍ରାର୍ଥୀ ଅଶୋକ ଭଲାଭିଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ଦ୍ୱିପ୍ରହରରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ମଧ୍ୟପ୍ରଦେଶର ବେତୁଲରୁ ବିଏସ୍‌ପି ପ୍ରାର୍ଥୀ ଅଶୋକ ଭଲାଭିଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ଦ୍ୱିପ୍ରହରରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋହାଗପୁର ଗାଁର ନିବାସୀ ଅଶୋକ ଭଲାଭି ଜଣେ ପରିବା ବ୍ୟବସାୟୀ ଥିଲେ ।

ଭଲାଭିଙ୍କ ମୃତ୍ୟୁରେ ବେତୁଲ ଆସନରେ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । କହି ରଖୁଛୁ ଯେ ୫୦ ବର୍ଷୀୟ ଅଶୋକ ଭଲାଭି ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ । ତାଙ୍କର ୪ ପୁଅ ଅଛନ୍ତି । ଗତ ଲୋକସଭା ନିର୍ବାଚନରେ ମଧ୍ୟ ସେ ବହୁଜନ ସମାଜ ପାର୍ଟି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ । ଯଦିଓ ଏହା ପୂର୍ବରୁ ଭଲାବି ଗୋଣ୍ଡଓ୍ଵାନା ଗଣତନ୍ତ୍ର ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ିସାରିଥିଲେ ।

ଜିଲ୍ଲାପାଳ ନରେନ୍ଦ୍ର ସୂର୍ଯ୍ୟବଂଶୀ ନିର୍ବାଚନ ଆୟୋଗଙ୍କୁ ଅଶୋକ ଭଲାଭିଙ୍କ ନିଧନ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଏମ୍‌ପିର ମୁଖ୍ୟ ନିର୍ବାଚନ ପଦାଧିକାରୀ ଅନୁପମ ରାଜନ କହିଛନ୍ତି ଯେ ବିଏସ୍‌ପି ପ୍ରାର୍ଥୀଙ୍କ ନିଧନ ପରେ ବେତୁଲ ଆସନରେ ନିର୍ବାଚନ ପ୍ରକ୍ରିୟା ନୂତନ ଭାବରେ କରାଯିବ । ଏହି ଆସନରେ ବିଏସ୍‌ପି ତରଫରୁ ନୂଆ ପ୍ରାର୍ଥୀ ଦିଆଯିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ।

ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ବେତୁଲ ଲୋକସଭା ଆସନର ନିର୍ବାଚନ ଜାରି ରହିବ । ଘଟଣା ବିଷୟରେ ନିର୍ବାଚନ ଆୟୋଗଙ୍କୁ ସୂଚନା ଦିଆଯାଇଛି । ଏହାପରେ ଆୟୋଗ ଏଠାରେ ନାମାଙ୍କନ ଏବଂ ଭୋଟିଂ ପାଇଁ ନୂଆ ତାରିଖ ଘୋଷଣା କରିବେ । ସୂଚନାଯୋଗ୍ୟ, ବେତୁଲରେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଭୋଟିଂ ହେବାର ଥିଲା, ଯାହାକି ପରେ ହେବ ।

କହି ରଖୁଛୁ, ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଧାରା ୫୨ ଅଧୀନରେ ଯଦି କୌଣସି ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପରେ କିମ୍ବା ମତଦାନ ପୂର୍ବରୁ ନିଧନ ହୋଇଯାଏ, ତେବେ ସେହି ଆସନରେ ଭୋଟିଂ ସ୍ଥଗିତ ରଖାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.