ଅନେକ ବିଳାସପୂର୍ଣ୍ଣ କାରର ମାଲିକ ଅନନ୍ତ ଅମ୍ବାନୀ, ଜାଣନ୍ତୁ ତାଙ୍କ କାର କଲେକ୍ସନ୍ ବିଷୟରେ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ତଥା ସରଳତା ପାଇଁ ବେଶ ଜଣାଶୁଣା । ରୋଲ୍ସ ରୋଏସ୍ ଠାରୁ ଆରମ୍ଭ କରି ବିଏମଡବ୍ଲୁ, ମର୍ସିଡିଜ୍ ପର୍ଯ୍ୟନ୍ତ ସମସ୍ତ ଦାମୀ କାର ଅନନ୍ତ ଅମ୍ବାନୀଙ୍କ ପାଖରେ ଅଛି । ତେବେ ଆସନ୍ତୁ ଆଜି ଜାଣିବା ଅନନ୍ତ ଅମ୍ବାନୀଙ୍କ କାର କଲେକ୍ସନ ବିଷୟରେ....

ଦେଶର ସବୁଠୁ ଧନୀ ବ୍ୟବସାୟୀ ପରିବାର ଅମ୍ବାନୀ ଫ୍ୟାମିଲି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ ଇଭେଣ୍ଟ୍‌ ମଧ୍ୟ ଶେଷ ହୋଇଛି । ଇଭେଣ୍ଟ୍‌ ତ ସମାପ୍ତ ହୋଇଯାଇଛି, କିନ୍ତୁ ପ୍ରି-ୱେଡିଂର ଚର୍ଚ୍ଚା ସରିବାକୁ ନାଁ ଧରୁନାହିଁ । ଏହି ଇଭେଣ୍ଟରେ ଦେଶ ଓ ବିଦେଶରୁ ଅନେକ ନାମୀଦାମୀ ଏବଂ ଧନୀ ଲୋକ ସାମିଲ ହୋଇଥିଲେ । ଅମ୍ବାନୀ ପରିବାର ଏହାକୁ ଏକ ଉତ୍ସବ ପରି ପାଳନ କରିଥିଲେ ।

ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତିଥିଲା । ଅନନ୍ତ ରାଧିକାଙ୍କ ପ୍ରି-ୱେଡିଂ ଇଭେଣ୍ଟ୍‌ ଏତେ ଧୁମଧାମରେ ହୋଇଥିଲା ଯାହା ସମଗ୍ର ଦେଶ ମନେରଖିବ । ତେବେ ଅନନ୍ତ ଅମ୍ବାନୀ କେବଳ ନିଜ ପ୍ରି-ୱେଡିଂ ଇଭେଣ୍ଟ୍‌ ନୁହେଁ ବରଂ ତାଙ୍କ ବିଳାସପୂର୍ଣ୍ଣ କାର ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଦୁନିଆରେ ଏଭଳି କୌଣସି ବିଳାସପୂର୍ଣ୍ଣ କାର ନାହିଁ ଯାହା ଅଣ୍ଟିଲିଆରେ ନଥିବ । ତେବେ ନିଜ ବାପା ମୁକେଶ ଅମ୍ବାନିଙ୍କ ପରି ଅନନ୍ତ ଅମ୍ବାନୀ ମଧ୍ୟ ବିଳାସପୂର୍ଣ୍ଣ କାରର ବହୁତ ସୌକିନ ।

ରୋଲ୍ସ ରୋଏସ୍ ଠାରୁ ଆରମ୍ଭ କରି ବିଏମଡବ୍ଲୁ, ମର୍ସିଡିଜ୍ ପର୍ଯ୍ୟନ୍ତ ସମସ୍ତ ଦାମୀ କାର ଅନନ୍ତ ଅମ୍ବାନୀଙ୍କ ପାଖରେ ଅଛି । ତେବେ ଆସନ୍ତୁ ଆଜି ଜାଣିବା ଅନନ୍ତ ଅମ୍ବାନୀଙ୍କ କାର କଲେକ୍ସନ ବିଷୟରେ….ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ତଥା ସରଳତା ପାଇଁ ବେଶ ଜଣାଶୁଣା । ତେବେ ଅନନ୍ତଙ୍କ ପ୍ରିୟ କାର ମଧ୍ୟରେ ସବୁଠାରୁ ବିଳାସପୂର୍ଣ୍ଣ କାର ହେଉଛି Rolls Royce Phantom, ଯାହାର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କାରୁ ଅଧିକ ।

ଜାନୁୟାରୀ ୧୨, ୨୦୨୩ ରେ ରାଧିକା ମର୍ଚାଣ୍ଟଙ୍କ ସହ ଅନନ୍ତ ଅମ୍ବାନୀଙ୍କର ନିର୍ବନ୍ଧ ହୋଇଥିଲା । ତାଙ୍କର BMW i8 ମଧ୍ୟ ରହିଛି, ଯାହା ବିଏମଡବ୍ଲୁ କମ୍ପାନୀର ସୁପରକାର ବୋଲି ବିବେଚନା କରାଯାଏ, ଯାହାର ମୂଲ୍ୟ ୨.୫ କୋଟିରୁ ଅଧିକ । ଯେଉଁ ସବୁ କାରରେ ଅନନ୍ତ ଅମ୍ବାନୀ ଟ୍ରାଭେଲ କରନ୍ତି, ସେଥିରେ ମର୍ସିଡିଜ୍ ର ପାୱାରଫୁଲ ଏସୟୁଭି Mercedes Benz G63 AMG ମଧ୍ୟ ଅଛି, ଯାହାର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ବୋଲି କୁହାଯାଉଛି । ଅନନ୍ତ ଅମ୍ବାନୀ ଲ୍ୟାଣ୍ଡ ରୋଭରର ପାୱାରଫୁଲ ଏସୟୁଭି Range Rover Vogueର ମଧ୍ୟ ମାଲିକ ଅଟନ୍ତି, ଯାହା ଭାରତର ସମସ୍ତ ଧନୀମାନଙ୍କର ପ୍ରିୟ ବୋଲି ବିବେଚନା କରାଯାଏ ।

Land Roverର Range Rover Vogueର ମୂଲ୍ୟ ହେଉଛି ୨. ୩ କୋଟି ଟଙ୍କା । ଅନନ୍ତ ଅମ୍ବାନୀଙ୍କର ଏକ ବିଳାସପୂର୍ଣ୍ଣ ସେଡାନ Mercedes-Benz S-Class ମଧ୍ୟ ରହିଛି, ଯାହାର ମୂଲ୍ୟ ୧. ୫ କୋଟିରୁ ଅଧିକ । ଅମ୍ବାନୀ ପରିବାରରେ ମର୍ସିଡିଜ୍ ବେଞ୍ଚର ଅନେକ ବିଳାସପୂର୍ଣ୍ଣ କାର ମଧ୍ୟ ଅଛି । ସୂଚନାଯୋଗ୍ୟ, ଏସିଆ ତଥା ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ରିଲାୟନ୍ସ ଜିଓରେ ଆଡିସନାଲ ଡାଇରେକ୍ଟର ଭାବେ ମଧ୍ୟ ନିଯୁକ୍ତ କରିଛନ୍ତି । ମୁକେଶ ଅମ୍ବାନୀଙ୍କ ତିନି ସନ୍ତାନ ମଧ୍ୟରୁ ଅନନ୍ତ ସବୁଠୁ ସାନ । ତାଙ୍କୁ ପ୍ରଥମେ ରିଲାୟନ୍ସରେ କାମ କରିବା ସୁଯୋଗ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.