କଟକରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେଲେ

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଟକ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଟକ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଅପରାହ୍ ଣ ୩ ଟା ବେଳେ ଭୁବନେଶ୍ୱରରୁ ମେମୁ ଟ୍ରେନ ଯୋଗେ କଟକ ଆସି ପହଞ୍ଚିବା ପରେ ଟ୍ରେନରେ ଯାତ୍ରୀ ମାନଙ୍କ ସହିତ ସେ ରେଳ ବିଭାଗର ସ୍ବଚ୍ଛତା ସମ୍ପର୍କରେ ଆଲୋଚନା କରିଥିଲେ।

ଏଥି ସହିତ ସେ ଯାତ୍ରୀ ମାନଙ୍କ ସହିତ ଟ୍ରେନ ରେ ଯାତାୟାତ ସମୟରେ କୌଣସି ଅସୁବିଧା ଏବଂ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। କଟକ ଷ୍ଟେସନ ଠାରେ ପହଞ୍ଚିବା ପରେ ଷ୍ଟେସନ ମାଷ୍ଟର ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ସେ କଟକ ଷ୍ଟେସନ ର ବିଭିନ୍ନ ଅଞ୍ଚଳ ଗସ୍ତକରି ରେଳବାଇର ସ୍ୱଚ୍ଛତା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ନିର୍ମାଣାଧୀନ କାର୍ଯ୍ୟ ବୁଲି ଦେଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.