କେନ୍ଦୁଝର: ଗାଁରୁ ଅଜଣା ବ୍ଯକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ଯା ନା ଆତ୍ମହତ୍ଯା ସନ୍ଦେହ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମ ନିକଟ ସୀତା ନଦୀରୁ ଜଣେ ଅଜଣା ବ୍ଯକ୍ତିଙ୍କ ଶବ ଉଦ୍ଧାର କରିଛି ପୋଲିସ। ଗାଁର କିଛି ଲୋକ ନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ନଦୀରେ ଜଣେ ଅଜଣା ବ୍ଯକ୍ତିଙ୍କ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ଉଦ୍ଧାର କରାଯାଇଛି। ତେବେ ବ୍ଯକ୍ତି ଜଣକ ଏଠାରେ କିପରି ମୃତ୍ୟୁବରଣ କଲେ ନା ତାଙ୍କୁ କେହି ହତ୍ଯା କରି ଫିଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇନାହିଁ। ଅନ୍ଯପଟେ ବ୍ଯକ୍ତି ଜଣକ ପରିଚୟ ମିଳିନଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.