Below header

ଆଳି : ସାମ୍ବାଦିକ ବ୍ରଜ କିଶୋରଙ୍କ ଅକାଳ ବିୟୋଗ

ଆଳି (କେନ୍ୟୁଜ୍‌) : କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଯୁବ ସାମ୍ବାଦିକ ବ୍ରଜ କିଶୋର ସିଂଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ଅପରାହ୍ନରେ କଟକର ଏକ ଘରେଇ ହସ୍ପିଟାଲରେ ହୃଦଘାତରେ ସେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ୧୦ ବର୍ଷ ଧରି ସମ୍ବାଦରେ ରାଜକନିକା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଥିଲେ।

ଏଥି ସହ ବିଭିନ୍ନ ସାମାଜିକ ସଂଗଠନ ଏବଂ ସଂସ୍ଥା ସହିତ ଜଡ଼ିତ ଥିଲେ। ତାଙ୍କ ମରଶରୀର ରାଜକନିକାରେ ପହଞ୍ଚିବା ପରେ ଏକ ଶୋଭଯାତ୍ରାରେ ଜାଗୁଳାଇପଡା, କଣ୍ଟପଡା, ବାଘବୁଦା ପଂଚାୟତ ପରିକ୍ରମା କରାଯାଇଥିଲା। ପରେ ତାଙ୍କ ଗଞ୍ଜାସ୍ଥିତ ବାସଭବନରେ ବହୁ ସାମ୍ବାଦିକ, ବରିଷ୍ଠ ନାଗରିକ, ରାଜନୈତିକ ବ୍ୟକ୍ତିମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.