ଜେନେରାଲ ବିପିନ ରାଓ୍ଵତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ଓ ସୁନ୍ଦର ପିଚାଇ ଏବଂ ସତ୍ୟ ନାଡାଲଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ
ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ମଙ୍ଗଳବାର ଦିନ ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ପୁରସ୍କାର ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ବିପିନ ସିଂ ରାୱତ । ରାୱତଙ୍କୁ ମରଣୋତ୍ତର ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପଦ୍ମ ବିଭୂଷଣ ସମ୍ମାନରେ ରାୱତଙ୍କୁ ସମ୍ମାନିତ କରାଯାଇଛି । ତାମିଲନାଡୁର କୁନ୍ନୁରରେ ଘଟିଥିବା ଚପ୍ପର କ୍ରାସରେ ବିପିନ ରାୱତଙ୍କ ସମେତ ପତ୍ନୀ ମଧୁଲିକା ଓ ସେନାର ୧୧ ଯବାନ ଶହିଦ ହୋଇଥିଲେ । ରାୱତଙ୍କ ବ୍ୟତୀତ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମଧ୍ୟ ମରଣୋତ୍ତର ଭାବରେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି ।
ସେହିପରି ଟେକ୍ ଇଣ୍ଡଷ୍ଟ୍ରୀର ଦୁଇ ନାମୀଦାମୀ ଚେହେରାଙ୍କୁ ମଧ୍ୟ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଗୁଗଲ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋ ସଫ୍ଟ ସିଇଓ ସତ୍ୟ ନାଡେଲାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଆଦର ପୁନାୱାଲାଙ୍କୁ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି ।
Govt announces Padma Awards 2022
CDS Gen Bipin Rawat to get Padma Vibhushan (posthumous), Congress leader Ghulam Nabi Azad to be conferred with Padma Bhushan pic.twitter.com/Qafo6yiDy5
— ANI (@ANI) January 25, 2022
ଏମାନଙ୍କ ବ୍ୟତିତ କଂଗ୍ରେସ ନେତା ଘୁଲାମ ନବୀ ଆଜାଦ, ଭାରତ ବାୟୋଟେକ୍ ଚେୟାରମ୍ୟାନ କ୍ରିଷ୍ଣା ଏଲ୍ଲା ଏବଂ ତାଙ୍କ ପତ୍ନୀ ସୁଚିତ୍ରା ଏଲ୍ଲାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି । ପଶ୍ଚିମବଙ୍ଗର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ପଦ୍ମଭୂଷଣ ମିଳିଛି । କ୍ରୀଡାବିତ ନୀରଜ ଚୋପ୍ରା, ପ୍ରମୋଦ ଭଗତ, ବନ୍ଦନା କଟାରିୟା ଏବଂ ବଲିଉଡ ସିଙ୍ଗର ସୋନୁ ନିଗମଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।
ସର୍ବମୋଟ ୧୨୮ ଜଣ ଲୋକଙ୍କୁ ପଦ୍ମ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି। ଏହିସବୁ ନାମକୁ ଘୋଷଣା ଗୃହମନ୍ତ୍ରୀ ଅମିତ ଶାହ ଟ୍ଵିଟ୍ କରି ଜଣାଇଛନ୍ତି।