-୩୦ ଡିଗ୍ରୀ ତାପମାତ୍ରାରେ ସାଧାରଣତନ୍ତ୍ର ଦିବସ ପାଳିଲେ ଭାରତୀୟ ଯବାନ, ୧୫ ହଜାର ଫୁଟ୍‌ ଉଚ୍ଚରେ ସଗର୍ବେ ଉଡ଼ିଲା ତ୍ରିରଙ୍ଗା

ଆଜି ପୂରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ। ଏ ଅବସରରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଭାରତୀୟ ସେନାର ଯବାନମାନଙ୍କର ପତାକା ଉତ୍ତୋଳନ ବେଳର ଚିତ୍ର ସାମ୍ନାକୁ ଆସୁଛି। ଇତି ମଧ୍ୟରେ ଲଦାଖରେ ଭାରତ-ତିବ୍ଦତ ସୀମା ପୋଲିସ (ITBP) ର ଯବାନ ୧୫ ହଜାର ଫୁଟ୍‌ ଉଚ୍ଚରେ ଭାରତର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଗର୍ବରେ ଛାତି ଫୁଲି ଉଠିଛି।

ଆଇଟିବିପିର ଯବାନ ମାନେ ଅନେକ ସ୍ଥାନରେ ପାଳିଛନ୍ତି ସାଧାରଣତନ୍ତ୍ର ଦିବସ:

ଲଦାଖରେ ଭାରତ-ତିବ୍ଦତ ସୀମା ପୋଲିସର ହିମବୀର ଯବାନ ୧୫,୦୦୦ ଫୁଟ୍‌ ଉଚ୍ଚତାରେ –୩୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଭାରତର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି। ସେହିପରି ଉତ୍ତରାଖଣ୍ଡର କୁମାଓଁ କ୍ଷେତ୍ରରେ ମଧ୍ୟ ଆଇଟିବିପିର ଯବାନ ୧୨,୦୦୦ ଫୁଟ୍‌ ଉଚ୍ଚତାରେ ସାଧାରଣତନ୍ତ୍ର ଦିବସ ବେଶ୍‌ ଧୁମ୍‌ଧାମ୍‌ରେ ପାଳିଛନ୍ତି।

ସାଧାରଣତନ୍ତ୍ର ଦିବସ ଅବସରରେ ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏ ଅବସରରେ ଜମ୍ମୁ-କଶ୍ମୀରର ରାଜୌରୀରେ ପୋଲିସ କର୍ମୀ ରାସ୍ତାରେ ସମସ୍ତ ଗାଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରୁଥିବା ଦେଖିବାକୁ ମିଳୁଛି। ଜମ୍ମୁ-କଶ୍ମୀର ପୋଲିସ ଏସ୍‌ଆଇ କହିଛନ୍ତି- ସହରର ପ୍ରତ୍ୟେକ ସ୍ଥାନରେ ଚେକ୍‌ ପୋଷ୍ଟ ଲଗାଯାଇଛି। କଡ଼ାକଡ଼ି ଭାବେ ସବୁ ଗାଡ଼ିକୁ ଚେକିଂ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.