Below header

ରାଜ ପରିବାରରେ ରକ୍ତର ଛିଟା: କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ ବୀଭତ୍ସ ହତ୍ଯା, ପୁଅ ଅଟକ

କଟକ(କେନ୍ଯୁଜ୍): ରାଜ ପରିବାରରେ ହତ୍ୟାକାଣ୍ଡ । କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ କରାଯାଇଛି ହତ୍ଯା। କଟକ ଶ୍ରୀ ବିହାର କଲୋନୀରେ ଘଟିଛି ଏହି ବୀଭତ୍ସ ହତ୍ଯାକାଣ୍ଡ। ଖବର ପାଇ ଘଟଣାସ୍ଥଳରରେ ପହଁଚି ତଦନ୍ତ ଆରମ୍ଭ କରିଛି ବିଡାନାସୀ ଥାନା ପୋଲିସ। ମୃତ ମହିଳାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଅକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ଯ ପହଁଚିଛି।

ମୃତ ମହିଳାଙ୍କ ଝିଅ ଜୟନ୍ତୀ ସାମନ୍ତରାୟଙ୍କ ପ୍ରତିକ୍ରିୟା ଅନୁଯାୟୀ, ତାଙ୍କ ଭାଇ ମା’ଙ୍କୁ ସବୁବେଳେ ମାରଧର କରନ୍ତି। ସେଥିପାଇଁ ମା ତାଙ୍କ ପାଖରେ ରହିବାକୁ ମା କହୁଥିଲେ। ତେବେ ଆଜି ସକାଳେ ସେ ମା ଙ୍କୁ ଆକ୍ରମଣ କରିବା ସହ ହତ୍ଯା କରିଥିବା ସେ କହିଛନ୍ତି। ଏହାସହ ଭାଇ ମାନସିକ ସ୍ତରରେ ଠିକ ନ ଥିବା ସହିତ ସେ ତା ପାରିବାରିକ ଜୀବନକୁ ନେଇ ଅସ୍ଥିର ଥିବା ମଧ୍ଯ ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.