କଳିଙ୍ଗ ଟିଭି ଓ କେନ୍ୟୁଜ୍‌ରେ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର (କେନ୍ୟୁଜ୍‌) : କଳିଙ୍ଗ ଟିଭି ପରିସରରେ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଛି । ଏହି ଅବସରରେ କିଟ୍‌ ସ୍କୁଲ ଅଫ୍‌ ଆର୍କିଟେକଚର୍‌ର ମୁଖ୍ୟ ତଥା ବିଶିଷ୍ଟ ସ୍ଥପତି ସୌମେନ୍ଦୁ ଶଙ୍କର ରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କଳିଙ୍ଗ ଟିଭିର ନୟାପଲ୍ଲୀ ଆଇଆରସି ସ୍ଥିତ ଦ୍ୱିତୀୟ ଷ୍ଟୁଡିଓ ଏନ୍‌-୨/୧୮୭ରେ ଆଜି ଏହି ଉତ୍ସବ ପାଳନ କରାଯାଇଥିଲା ।

ଉପସ୍ଥିତ ସମସ୍ତ କର୍ମଚାରୀ ସମ୍ମିଳିତ ଭାବେ ଜାତୀୟ ସଂଗୀତ ଗାନ କରିଥିଲେ । କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ଡେପୁଟି ଏଡିଟର ମୃଣାଳକାନ୍ତି ନନ୍ଦ, କେନ୍ୟୁଜ୍‌ ଓଡ଼ିଶାର ସମ୍ପାଦକ ହିମାଂଶୁ ପତିମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଏଚ୍‌ଆର ମୁଖ୍ୟ ମଧୁସ୍ମିତା ଷଡ଼ଙ୍ଗୀ, ମ୍ୟାନେଜର କ୍ରାନ୍ତି କୁମାର ପ୍ରମୁଖ ଉପସ୍ଥିତ ଥିଲେ ।