Netfilx କୁ ଝଟ୍କା,ଆଉ ତିଆରି ହେବନି Baahubali: Before The Beginning! ପାଣିରେ ପଡ଼ିବ ୧୫୦ କୋଟି
ଏସ୍ଏସ୍ ରାଜା ମୌଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ବାହୁବଳୀ ବକ୍ସ ଅଫିସରେ ମୋଟା ଅଙ୍କର ରୋଜଗାର କରି ଏକ ନୂଆ ରେକର୍ଡ ରଚିଛି। କେବଳ ଏତିକି ନୁହେଁ, ବାହୁବଳୀର ଅଭିନେତା ପ୍ରଭାସ ମଧ୍ୟ ରାତାରାତି ଇଣ୍ଟରନ୍ୟାସନାଲ ଷ୍ଟାର ପାଲଟି ଯାଇଥିଲେ। ଏହାକୁ ଦେଖି ନେଟଫ୍ଲିକ୍ସ ବାହୁବଳୀ ଫିଲ୍ମ ସିରିଜ୍ର ପ୍ରିକ୍ୱେଲ Baahubali: Before The Beginning ନାମକ ଏକ ଫିଲ୍ମ ତିଆରି କରିବାକୁ ଘୋଷଣା କରିଥିଲା। କିନ୍ତୁ ଏବେ ଏହି ଫିଲ୍ମକୁ ମଝିରୁ ହିଁ ବନ୍ଦ କରି ଦିଆଯାଇଛି।
ରିପୋର୍ଟ ମୁତାବକ, ମେକର୍ସ ପ୍ରିକ୍ୱେଲ Baahubali: Before The Beginning ରେ ବାହୁବଳୀଙ୍କ ମା’ ଶିବଗାମୀଙ୍କ କାହାଣୀ ଦେଖାଇବାର ଥିଲା। ଫିଲ୍ମର ପ୍ରିକ୍ୱେଲ ସିରିଜ୍ ପାଇଁ ମେକର୍ସ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ସାଇନ୍ କରିଥିଲେ। ମୃଣାଳ ଠାକୁରଙ୍କ ବ୍ୟତୀତ ଫିଲ୍ମରେ ଭାମିକା ଗବ୍ଦୀ ଓ ସାଉଥ ସୁପରଷ୍ଟାର ନୟନତାରାଙ୍କୁ ମଧ୍ୟ ଚୟନ କରାଯାଇଥିଲା। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥାନ୍ତେ ଦେବ କଟ୍ଟା। କିନ୍ତୁ ଏହାକୁ ଏବେ ଅଧାରୁ ହିଁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।
Netflix’s big project Baahubali: Before the Beginning has now been SHELVED.
The team has swiped out the 150 crore version after 6 months of shoot and post production, as they are not happy with the visuals and the end product. pic.twitter.com/kCzvZ2ARJZ
— LetsOTT GLOBAL (@LetsOTT) January 24, 2022
ଏହି ବିଗ୍ ବଜେଟ୍ର ୱେବ୍ ସିରିଜ୍ରେ ୧୫୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିଲା ଓ ପାଖାପାଖି ୬ ମାସ ଧରି କାମ ବି ଚାଲିଥିଲା। କିନ୍ତୁ ଏବେ ଖବର ଆସୁଛି ଯେ Baahubali: Before The Beginning ପାଇଁ ଯେଉଁ ପ୍ଲାନିଂ ହୋଇଥିଲା, ତାହା ପୂରା ହୋଇପାରୁନାହିଁ। ଏଣୁ ଏହି ଫିଲ୍ମକୁ ସେ ଆଗକୁ ନେବାକୁ ଚାହୁଁନାହାନ୍ତି। ଅର୍ଥାତ୍ ୧୫୦ କୋଟି ଟଙ୍କା ପାଣିରେ ପଡ଼ିଲା। ଖବର ଆସୁଛି ଯେ ନିର୍ମାତା ଏହି ଫିଲ୍ମକୁ ଏବେ ସ୍ଥଗିତ ରଖିଛନ୍ତି। ଏନେଇ ସେ ପୁଣି ଥରେ ବିଚାର କରିବେ।
ସୂଚନାଯୋଗ୍ୟ ଯେ ୨୦୧୫ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ବାହୁବଳୀରେ ପ୍ରଭାସ, ରାଣା ଦଗୁବାତି, ଅନୁଷ୍କା ସେଟ୍ଟୀ, ତମନ୍ନା ଭାଟିଆ, ରାମ୍ୟା କୃଷ୍ନନ, ସତ୍ୟରାଜ ଭଳି ଷ୍ଟାର ଲିଡ୍ ରୋଲ୍ରେ ନଜର ଆସିଥିଲେ। ବାହୁବଳୀର ପ୍ରିମିୟର ୩୯ତମ ମସ୍କୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ହୋଇଥିଲା। ଏହାକୁ ୩ ଟି ଜାତୀୟ ପୁରସ୍କାର ମଧ୍ୟ ମିଳିଛି।