Below header

ଅଦିନିଆ ବର୍ଷାରେ ଛାରଖାର ଫୁଲବାଣୀ ସହର, କେଉଁଠି ଘର ଭାଙ୍ଗିଯାଇଛି ତ ଆଉ କେଉଁଠି ଗାଡି ଉପରେ ପଡିଯାଇଛି ଗଛ

ଫୁଲବାଣୀ : ଅଦିନିଆ ବର୍ଷାରେ ଛାରଖାର ଫୁଲବାଣୀ ସହର। ବିଭିନ୍ନ ସ୍ଥାନରେ ବଡ଼ ବଡ ଗଛ ଉପୁଡିପଡିବା ସହ ବିଦ୍ୟୁତ୍‌ ତାର ଛିଣ୍ଡିପଡିଛି। କେଉଁଠି ଘର ଭାଙ୍ଗିଯାଇଛି ତ ଆଉ କେଉଁଠି ଗାଡି ଉପରେ ଗଛ ପଡି ଭାଙ୍ଗିଯାଇଛି। ଗଛ ପଡି ୫ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ବିଦ୍ୟୁତ୍‌ ସରବରାହ ମଧ୍ୟ ବିଛିନ୍ନ ହୋଇଯାଇଛି। ରାସ୍ତା ମଧ୍ୟ ଅବରୋଧ ହୋଇଯାଇଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗତ ୨ ଦିନ ଧରି କନ୍ଧମାଳ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଲଗାଣ ବର୍ଷା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.