ଫିଲ୍ମ ‘୮୩’ରେ ନିଜ ଭୂମିକାକୁ ନେଇ ଟ୍ଵିଟ୍‌ କରିବା ଦୀପିକାଙ୍କୁ ପଡ଼ିଲା ମହଙ୍ଗା, ଚିନ୍ତାଧାରା ବଦଳାଇବାକୁ ପରାମର୍ଶ ଦେଲେ ଲୋକେ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଫିଲ୍ମ ‘୮୩’ କୁ ନେଇ ଟ୍ଵିଟ୍‌ କରି ବିବାଦରେ ଫସିଛନ୍ତି। ଏହି ଟ୍ଵିଟ୍‌ ଯୋଗୁ ଦୀପିକାଙ୍କୁ ଲୋକମାନେ ବିଭିନ୍ନ କଟୁକଥା କହୁଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମରେ ନିଜ ଭୂମିକାକୁ ନେଇ ଦୀପିକା ଏକ ଟ୍ଵିଟ୍‌ କରିଥିଲେ। ଟ୍ଵିଟ୍‌ରେ ସେ କପିଳ ଦେବଙ୍କ ପତ୍ନୀ ରୋମା ଦେବଙ୍କ ରୋଲ ସମ୍ପର୍କରେ କହିଥିଲେ।

kapil

ଦୀପିକା ଟ୍ଵିଟ୍‌ରେ ରଣବୀର କପୁରଙ୍କ ସହ ଠିଆ ହୋଇଥିବା ଏକ ଫଟୋ ପୋଷ୍ଟ କରି କ୍ୟାପସନ୍‌ରେ ଲେଖିଥିଲେ ଯେ ‘ଖେଳ ଇତିହାସରେ ଏକ ସମ୍ମାନଜନକ ସମୟ ଉପରେ ନିର୍ମିତ ଫିଲ୍ମରେ ଏକ ଛୋଟ ଭୂମିକାରେ ଅଭିନୟ କରିବା ମଧ୍ୟ ସମ୍ମାନର କଥା। ଏହା କେବଳ ସେହି ମହିଳାଙ୍କ ପାଇଁ ଯେଉଁମାନେ ନିଜ ସ୍ୱପ୍ନ ପୂର୍ବରୁ ସ୍ୱାମୀଙ୍କ ସ୍ୱପ୍ନକୁ ରଖିଥାନ୍ତି’।

ତେବେ ଦୀପିକାଙ୍କ ଏହି ପୋଷ୍ଟ କିଛି ୟୁଜରଙ୍କୁ ପସନ୍ଦ ଆସିନାହିଁ। ଜଣେ ୟୁଜର ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି ‘କେବଳ ଫିଲ୍ମକୁ ପ୍ରମୋଟ କରିବା ପାଇଁ ପୁରୁଣା ଚିନ୍ତାଧାରାକୁ ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଦୁଃଖଦାୟୀ’। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ କ’ଣ ଆପଣ ସ୍ୱାମୀଙ୍କ କ୍ୟାରିୟର ପାଇଁ ନିଜ କ୍ୟାରିୟରକୁ ଛାଡ଼ିଦେବେ’? ଆଉ ଜଣେ ୟୁଜର ଲେଖିଛନ୍ତି,‘ଆଗରୁ ସବୁ ମହିଳା ନିଜ ପୂର୍ବରୁ ସ୍ୱାମୀଙ୍କ ସ୍ୱପ୍ନକୁ ଦେଖୁଥିଲେ, କିନ୍ତୁ ଏବେ ସେହି ଚିନ୍ତାଧାରାକୁ ପରିବର୍ତ୍ତନ କରିବା ସମୟ ଉପନୀତ ହୋଇଛି’।

ୟୁଜରଙ୍କ ଏସବୁ କମେଣ୍ଟର ଉତ୍ତରରେ ଦୀପିକା କୌଣସି ଉତ୍ତର ଦେଇନଥିବା ଦେଖାଯାଇଛି। କେବଳ ଏହି ଫିଲ୍ମ ନୁହେଁ ଦୀପିକାଙ୍କ ପୂର୍ବ ଫିଲ୍ମ ଛପାକ ମଧ୍ୟ ବିବାଦରେ ରହିଥିଲା। କପିଳ ଦେବଙ୍କ ଜୀବନୀକୁ ନେଇ ଆଧାରିତ ଫିଲ୍ମ ‘୮୩’ ଏପ୍ରିଲ ୧୦ ତାରିଖରେ ପରଦାକୁ ଆସିବ।