Below header

ଆଗକୁ ଆସିବ ନୂଆ ସିନେମା ‘ମାୟାବିନୀ, କାହାଣୀ ହେଉଛି ଜଣେ ଝିଅ କେମିତି ହନିଟ୍ରାପରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫସାଉଛି

କେନ୍ୟୁଜ୍(ବ୍ୟୁରୋ): ଆଗକୁ ଆସିବ ନୂଆ ସିନେମା ମାୟାବିନୀ । ସାଂପ୍ରତିକ ଏକ ଘଟଣା ଉପରେ ସିନେମାର କଥାବସ୍ତୁ ଆଧାରିତ । କେମିତି ମଫସଲରୁ ଏକ ଝିଅ ଆସି ରାଜଧାନୀରେ ରହି ହନିଟ୍ରାପରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫସାଇଉଛି । ଆଉ ବ୍ଲାକମେଲ କରି ପୁଳା ପୁଳା ଟଙ୍କା ଅର୍ଜନ କରୁଛି ତାକୁ ନେଇ ଗତିଶୀଳ ହେବ କାହାଣୀ । ଲୁଟୁ ମହାନ୍ତି ସିନେମା କାହାଣୀ ଲେଖିଥିବା ବେଳେ ଶ୍ରୀଧର ମାର୍ଥା ପ୍ରଯୋଜକ ଅଛନ୍ତି । ଖୁବ୍‌ ଶୀଘ୍ର ଏହାର ଅଡିଓ ଓ ପୋଷ୍ଟର ରୟାଲ ରେଞ୍ଜ ପ୍ରଡକ୍ସନ ହାଉସ ପକ୍ଷରୁ ରିଲିଜ୍‌ ହେବ ।

ଏଥିରେ କିଏ ଅଭିନୟ କରିବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରୟାଲ ରେଞ୍ଜ ପ୍ରଡକ୍ସନ ହାଉସ ପକ୍ଷରୁ ପ୍ରଚାର ଦାୟିତ୍ୱ ରେ ଥିବା ସିନେ ସମୀକ୍ଷକ ଦିଲ୍ଲୀପ ହାଲି କହିଛନ୍ତି ଏହି ଫିଲ୍ମଟି ଓଡ଼ିଆ ସିନେ ପ୍ରେମୀଙ୍କୁ ଖୁବ୍‌ ଛୁଇଁବ । ଯେଉଁ ସତ୍ୟ ଗଣମାଧ୍ୟମ ଓ ପୋଲିସ ସାମ୍ନାକୁ ଆଣି ପାରିନାହାନ୍ତି ତାହା ଏହି ସିନେମା ମାଧ୍ୟମରେ ଉପସ୍ଥାପନ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.