ଆଜି ଭୋର ୫ଟାରେ କଟକ ବଡ ମେଡିକାଲରେ ପହଞ୍ଚିଲେ 5T ସଚିବ ଭି.କେ ପାଣ୍ଡିଆନ୍‌

କଟକ : SCB ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ। ଆଜି ସନ୍ଧ୍ୟା ୬ଟା ୩୦ରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ SCBର ସବୁ ବିଭାଗୀୟ ମୁଖ୍ୟ, ଛାତ୍ର, ପ୍ରଶାସନିକ କର୍ତ୍ତୃପକ୍ଷ ମଧ୍ୟ ବୈଠକରେ ଯୋଗଦେବେ। ଆଜି ଭୋର ୫ଟାରେ କଟକ ବଡ ମେଡିକାଲରେ ପହଞ୍ଚିଥିଲେ 5T ସଚିବ ଭି.କେ ପାଣ୍ଡିଆନ୍‌। ମେଡିକାଲରେ ପହଞ୍ଚିବା ପରେ ଭିତ୍ତିଭୂମିର ତଦାରଖ କରିବା ସହ ଅଧ୍ୟକ୍ଷ ଓ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଏହା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ। 5T ସଚିବଙ୍କ ସହ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ସଚିବ ମଧ୍ୟ ସାମିଲ ଥିଲେ। SCBକୁ ବିଶ୍ୱସ୍ତରୀୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.