Below header

ବାତ୍ୟା ‘ବୁଲ୍‌ବୁଲ୍‌’ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା କମ୍, ପ୍ରଭାବରେ ଆସନ୍ତା ୯ତାରିଖରୁ ବର୍ଷା

ଭୁବନେଶ୍ବର: ଓଡ଼ିଶା ପ୍ରତି ବାତ୍ୟା ଭୟ ନାହିଁ। ବଙ୍ଗୋପସାଗରରେ ବୁଲ୍‌ବୁଲ୍‌ ଯଦି ଆସିବ, ଓଡ଼ିଶା ନ ଆସି ବୁଲି ପଡିବ। ଏହା ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ତେଣୁ ବାତ୍ୟାକୁ ନେଇ ଓଡ଼ିଶାବାସୀ ଆତଙ୍କିତ ହେବାର ନାହିଁ। ଡିପ୍ରେସନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପାରଦୀପଠାରୁ ୮୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଧୀରେ ଧୀରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି । ଏହି ଡିପ୍ରେସନ, ଡିପ୍‌ଡିପ୍ରେସନ ହୋଇ ବାତ୍ୟାର ରୂପ ନେବ। ସାତ ତାରିଖ ସଂଧ୍ୟା ସୁଦ୍ଧା ଏହା ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେବ। ୮ ତାରିଖ ସଂଧ୍ୟା ବେଳକୁ ଏହା ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ। ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୩୦ ଯାଏ ରହିବ। ଏହା ଘଣ୍ଟା ପ୍ରତି ୧୪୫ କିଲୋମିଟର ଯାଏ ପହଞ୍ଚି ପାରେ।  କିନ୍ତୁ ଏହା କେଉଁଠାରେ ଲ୍ଯାଣ୍ଡ ଫଲ୍ କରିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା କମ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହାର ପ୍ରଭାରେ ଆସନ୍ତା ୯ତାରିଖରୁ ବର୍ଷା ହେବ । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ । ଉତ୍ତର ଓଡ଼ିଶାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.