ମୟୁରଭଞ୍ଜ : ହାତୀକୁ ଗାଈ ବଳଦ ଭଳି ମାରୁଛନ୍ତି କିଛି ଯୁବକ, ଭିଡ଼ିଓ ଭାଇରାଲ୍ ହେବା ପରେ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍‌

ମୟୁରଭଞ୍ଜ : ହାତୀକୁ ଗାଈ ବଳଦ ଭଳି ମାରୁଛନ୍ତି । ହାତୀକୁ ଅମରୀ ବାଡିରେ ବାଡଉଛନ୍ତି କିଛି ଯୁବକ । ହାତୀ ବି ତାଙ୍କୁ ଲାତ ମାରୁଛି । ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ଏଭଳି ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ବାଡିରେ ହାତୀକୁ ବାଡଉଛନ୍ତି କିଛି ଯୁବକ । ହାତୀକୁ ବିଲକୁଲ ଭୟ ନାହିଁ ସେମାନଙ୍କର । ଯୁବକମାନେ ବାରମ୍ବାର ହାତୀକୁ ଆକ୍ରମଣ କରୁଛନ୍ତି । ହାତୀ ବି ଭୟରେ ଚାଲି ଯାଉଛି । ଟିକିଏ ଏପଟ ସେପଟ ହେଲେ ମୃତ୍ୟୁ ସୁନିଶ୍ଚିତ । ତଥାପି ଭୟ ନାହିଁ କି ଖାତିର ନାହିଁ । ଏଭଳି ଘଟଣା ଦେଖି ପରିବେଶବିତ୍‌ ଉଦବେଗ ପ୍ରକାଶ କରିଛନ୍ତି । ଯୁବକଙ୍କୁ ଉଚିତ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । ଅନ୍ୟପଟେ ଏହି ଘଟଣା ମୟୁରଭଞ୍ଜ ନୁହେଁ କେନ୍ଦୁଝରର ବୋଲି କହିଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.