ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍‌ ଟିକା, ଆଜିଠୁୁ କୋ-ଓ୍ଵିନ୍‌ ଆପ୍‌ରେ ପଞ୍ଜିକରଣ

ଭୁବନେଶ୍ବର(କେନ୍ଯୁଜ୍): ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍‌ ଟିକା । ଏଥିପାଇଁ ଆଜିଠୁୁ କୋ-ଓ୍ଵିନ୍‌ ଆପ୍‌ରେ ପଞ୍ଜିକରଣ କରିହେବ । ଦଶମ ଶ୍ରେଣୀର ପରିଚୟ ପତ୍ରକୁ ଏକ ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ।

ଯେଉଁ ଛାତ୍ରଛାତ୍ରୀଙ୍କ ଆଧାର ଏବଂ ଅନ୍ୟ ପରିଚୟ ପତ୍ର ନଥିବ ସେମାନେ ଆଇଡେଣ୍ଟି କାର୍ଡ ଦ୍ୱାରା କୋଓ୍ଵିନ୍‌ ଆପ୍‌ରେ ରେଜିଷ୍ଟର କରିପାରିବେ । ସ୍ଲଟ୍‌ ବୁକିଂ କରି ନିର୍ଦ୍ଧାରିତ ଟିକାକରଣ କେନ୍ଦ୍ରରେ ୩ ତାରିଖରୁ ଟିକା ନେଇପାରିବେ । ଏହାଛଡ଼ା ଅନ୍‌ ଦ ସ୍ପଟ ଟିକାକରଣର ବ୍ୟବସ୍ଥା ରହିଛି । ଯେଉଁମାନେ ସ୍ଲଟ୍‌ ବୁକିଂ କରିପାରିବେନି, ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.