ନୂଆବର୍ଷରେ ଗ୍ରାହକଙ୍କୁ ଉପହାର ଦେଲା ଇଣ୍ଡିଆନ ଅଏଲ୍ ! ୧୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର

ନୂଆ ବର୍ଷରେ ଗ୍ରାହକଙ୍କ ପାଇଁ ନୂଆ ଉପହାର। ଆଜିଠାରୁ ଶସ୍ତା ହେଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର। ୧୦୦ ଟଙ୍କା ଶସ୍ତା ହେଲା ଏଲ୍ପିଜି ସିଲିଣ୍ଡର ଦାମ୍। କିନ୍ତୁ ଏହି ଦାମ୍ ଘରୋଇ ଏଲପିଜି ସିଲିଣ୍ଡର ଦାମରେ ଆସିନାହିଁ। କର୍ମସିଆଲ ସିଲିଣ୍ଡର ଦାମ୍ କମିବା ଯୋଗୁଁ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ କିଛି ଆଶ୍ୱସ୍ତି ମିଳିବ। ଆଜିଠାରୁ ୧୪.୨ କିଲୋଗ୍ରାମ ଅଣ-ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡର ଦାମରେ ଦିଲ୍ଲୀରେ ୧୦୦ ଟଙ୍କା ଶସ୍ତା ହୋଇଛି।
ଏହି ହ୍ରାସ ପରେ ଦିଲ୍ଲୀରେ ୧୯ କିଗ୍ରା କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ୍ ୨୦୦୧ ଟଙ୍କା ହୋଥିବା ବେଳେ କଲିକତାରେ ଏହି ଦାମ୍ ୨୦୭୭ ଟଙ୍କା ରହିଛି। ମୁମ୍ବାଇରେ ୧୯ କିଗ୍ରା କର୍ମସିଆଲ ସିଲିଣ୍ଡର ଦାମ୍ ୧୯୫୧ ଟଙ୍କା ରହିଛି। ଦିଲ୍ଲୀ ଏବଂ ମୁମ୍ବାଇ ୧୪.୨ କିଗ୍ରା ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୮୯୯.୫୦ ରହିଛି। କଲିକତାରେ ଏହି ଦାମ୍ ୯୨୬, ଚେନ୍ନାଇରେ ୯୧୫.୫୦ ଟଙ୍କା ରହିଛି।
କେମିତି ଚେକ୍ କରିବେ :
ଯଦି ଆପଣ ନିଜ ସହରରେ ଥିବା ଗ୍ୟାସ ସିଲିଣ୍ଡରର ନୂଆ ଦାମ୍ ଜାଣନ୍ତି ନାହିଁ, ତେବେ ସରକାରୀ ତେଲ କମ୍ପାନୀ ଅଫିସିଆଲ େଓ୍ଵବସାଇଟ୍ରେ ଯାଇ ଚେକ୍ କରିପାରିବେ। ଏଥିପାଇଁ ଆପଣ IOCLର େଓ୍ଵବସାଇଟ୍ (cx.indianoil.in/webcenter/portal/Customer/pages_productprice) କୁ ଯାଇ ଚେକ୍ କରିପାରିବେ।