୪୦ ବର୍ଷ ପରେ ମହିଳାମାନେ ନିହାତି ଖାଆନ୍ତୁ ଅଣ୍ଡା, ସବୁଦିନ ପାଇଁ ଦୂର ହେବ ଆଣ୍ଠୁ ଗଣ୍ଠି ସମସ୍ୟା

ସ୍ୱାସ୍ଥ୍ୟ ପାଇଁ ଅଣ୍ଡା ବେଶ୍ ଲାଭଦାୟକ ହୋଇଥାଏ। ଏଣୁ ପିଲାଠୁ ବୟସ୍କ ଲୋକଙ୍କ ଯାଏଁ ସମସ୍ତଙ୍କୁ ଡାକ୍ତର ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି। ଅଣ୍ଡାରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଛି, ଯାହା ମାଂସପେଶୀକୁ ମଜଭୁତ କରେ। ଏଣୁ ଖାସ୍ କରି ୪୦ ବର୍ଷରୁ ବଡ଼ ବୟସର ମହିଳାଙ୍କୁ ନିଜ ଡାଏଟ୍ରେ ଅଣ୍ଡାକୁ ସାମିଲ କରିବା ଉଚିତ। ସବୁ ବୟସର ଲୋକ ଅଣ୍ଡା ଖାଇବା ଉଚିତ। କିନ୍ତୁ ୪୦ ବର୍ଷରୁ ବଡ଼ ବୟସର ମହିଳାଙ୍କ ପାଇଁ ଏହା ଖୁବ୍ ଜରୁରୀ।
ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ମହିଳାମାନେ ଅଫିସ ସହ ଘର କାମ ମଧ୍ୟ କରୁଛନ୍ତି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ। ନଚେତ୍ ବୃଦ୍ଧାବସ୍ଥାରେ ଚଲାବୁଲା କରିବା ବେଳେ ସମସ୍ୟା ଉପୁଜିପାରେ। ତେବେ ଆସନ୍ତୁ ଜାଣିବା ୪୦ ବର୍ଷ ପରେ ନିୟମିତ ଅଣ୍ଡା ଖାଇଲେ କି କି ଲାଭ ମିଳେ…
ଭିଟାମିନ୍ରେ ଭରପୂର:
ଅଣ୍ଡାରେ ପ୍ରଚୁର ମାତ୍ରାରେ ଭିଟାମିନ୍ ରହିଛି। ଶରୀରରେ ଭିଟାମିନ୍ ଅଭାବ ଥିଲେ ହାଡ଼ ଓ ଆଣ୍ଠୁ ଗଣ୍ଠି ପୀଡ଼ା ହୋଇଥାଏ। ୪୦ ବର୍ଷ ପରେ ଏହି ଯନ୍ତ୍ରଣା ଆହୁରି ବଢ଼ିଯାଏ। ଏଭଳି ସ୍ଥିତିରେ ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ଖାଇଲେ ସବୁ ସମସ୍ୟା ଦୂର ହେବ।
ମାଂସପେଶୀ ପାଇଁ ଲାଭଦାୟକ:
ପ୍ରୋଟିନ୍ ଯୋଗୁ ମାଂସପେଶୀ ତିଆରି ହୋଇଥାଏ ଓ ଅଣ୍ଡାରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଥାଏ। ପ୍ରୋଟିନ୍ ଯୋଗୁ ମାଂସପେଶୀ ନରମ ହେବା ସହ ଆରାମରେ ଫଙ୍କସନ୍ କରିପାରେ। ଏଣୁ ଡାଏଟ୍ରେ ଅଣ୍ଡା ସାମିଲ କରିବା ସହ ନିୟମିତ କିଛି ସମୟ ବ୍ୟାୟାମ କରନ୍ତୁ।
ମେଟାବଲିଜିମ୍ ବଢ଼ାଏ:
୪୦ ବର୍ଷ ବୟସ ପରେ ଶରୀରରେ ମେଟାବଲିଜିମ୍ କମ୍ ହେବାକୁ ଲାଗିଥାଏ। ମହିଳାଙ୍କ ଠାରେ ଏହି ସମସ୍ୟା ଅଧିକ ପରିମାଣରେ ଦେଖାଯାଏ। ଏଭଳି ସ୍ଥିତିରେ ଡାଏଟ୍ରେ ଅଣ୍ଡାକୁ ନିହାତି ଭାବେ ସାମିଲ କରନ୍ତୁ। ଭିଟାମିନ୍ ଡି ଓ ବି ୧୨ ଅଭାବକୁ ଦୂର କରିବାରେ ଅଣ୍ଡା ବେଶ୍ ଫାଇଦାଯୁକ୍ତ ହୋଇଥାଏ।