ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ, ଭୁବନେଶ୍ୱରର ୩୦ଟି କେନ୍ଦ୍ରରେ ଚାଲିଛି ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଟିକାକରଣ। ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଗତକାଲି କେବଳ ଭୁବନେଶ୍ୱରରେ ଟିକାକରଣ ହୋଇଛି। ୩୦ଟି କେନ୍ଦ୍ରରେ ଦିଆଯାଇଛି ଟିକା। ଅନ୍‌ଲାଇନ୍‌ ପଞ୍ଜିକରଣ ସହ ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତି ନିର୍ଦ୍ଧାରିତ କେନ୍ଦ୍ରରେ ଟିକା ନେଇଛନ୍ତି ।

ଯୁବ ପିଢୀଙ୍କ ମଧ୍ୟରେ ଟିକା ନେବାକୁ ବେସ୍‌ ଉତ୍ସାହ ଦେଖାଦେଇଛି। ଶୃଙ୍ଖଳିତ ଭାବେ ଧାଡିରେ ଛିଡା ହୋଇ ଟିକା ନେଇଛନ୍ତି। ଆଜି ବି ଚାଲିଛି ଟିକାକରଣ । କୋଭିଡ ଆଗଧା଼ଡ଼ିର ଯୋଦ୍ଧା ଘୋଷଣା ପରେ ସାମ୍ବାଦିକଙ୍କ ମଧ୍ୟ ଟିକାକରଣ ହୋଇଛି। ସେପଟେ ରାଜ୍ୟର ଅନ୍ୟ ସ୍ଥାନରେ ଟିକା ଅଭାବରୁ ହୋଇପାରୂୁନି ଟିକାକରଣ। ଟିକା ମହଜୁଦ ଥିବା କେନ୍ଦ୍ରରେ ୪୫ବର୍ଷରୁ ଅଧିକ ବୟସର ଲୋକଙ୍କ ଭ୍ୟାକ୍‌ସିନେସନ ହୋଇଛି । ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ଶହ ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.