ଆସନ୍ତାକାଲି ଠାରୁ ବନ୍ଦ ହୋଇପାରେ ଟିକାକରଣ: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର(କେ ନ୍ୟୁଜ): ଆସନ୍ତାକାଲି ଠାରୁ ରାଜ୍ୟରେ ବନ୍ଦ ହୋଇପାରେ କୋଭିଡ ଟିକାକରଣ । ବର୍ତ୍ତମାନର ସ୍ଥିତିକୁ ଆଜି ଏମିତି ମତ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଶ୍ରୀ ଦାଶଙ୍କ ଅନୁଯାୟୀ ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ଟିକାକରଣ ଚାଲିଛି | କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ୪୫ ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟୀକା ଦିଆଯାଉଥିବା ବେଳେ ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟୀକା ଦେବା ନେଇ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ମାତ୍ର ୧୯,୯୦୦ କୋଭିସୀଲଡ ଟୀକା ମହଜୂତ ଅଛି । କେନ୍ଦ୍ର ସରକାରଙ୍କୁ ୨୫ ଲକ୍ଷ ଟିକା ଦେବା ନେଇ ଚିଠି ଲେଖାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ନେଇ ଜଣାଯାଇଛି ।

ସିରମ ଇନ୍ସଟିଚ୍ୟୁଟକୁ ୩୭୭ ଲକ୍ଷ କୋଭିସୀଲଡ଼ ପାଇଁ ଅର୍ଡର ଦିଆଯାଇଥିବା ବେଳେ ଭାରତ ବାଓଟେକ ଠାରୁ ୧୦.୩୪ କୋଭାକ୍ସିଂନ ପାଇଁ ବରାଦ କରାଯାଇଛି । ଏଗୁଡିକ ଓଡିଶା ଆସିଲେ ଟୀକାକରଣ ଆରମ୍ଭ ହେବ  । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ କରୋନାକୁ ମାତ ଦେବା ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଡିପାର୍ଟମେଣ୍ଟ ଉଦ୍ୟମ ଜାରି ରଖିଛନ୍ତି । ଏହି କାର୍ଯ୍ୟର ନିଜେ ମୁଖ୍ୟମନ୍ତ୍ରୀ ହିଁ ତଦାରଖ କରୁଛନ୍ତି | ଏଯାବତ ୧ ଲକ୍ଷ ୫୦
ହଜାର କୋଭାକସିନ ଓଡିଶାକୁ ଆସିସାରିଲାଣି । ଏହା ସହ ଖୁବ କମ ସମୟ ଭିତରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ସୁରୁଖୁରୁରେ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ଶ୍ରୀ ଦାଶ ଲୋକଙ୍କୁ କରୋନା ନେଇ ସଚେତନ କରାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଉଥିବା କୋଭିଡ ସଚେତନତା ବାର୍ତ୍ତାପାଳନ କରିବାକୁ ଅନୁରୋଧ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.