ସ୍ଥଗିତ ହେଲା ଜେଇଇ ମେନର ମେ’ ସେସନ, ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ(କେ ନ୍ୟୁଜ ): କରୋନା ଭାଇରସ କାରଣରୁ ଜେଇଇ ମେନ ୨୦୨୧ର ମେ ମାସ ସେସନକୁ ସ୍ଥଗିତ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ । ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି | ବିଦ୍ୟାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ବା ଏନଟିଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । କହିରଖୁଛୁକି , ଆସନ୍ତା , ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ମେ ୨୪ ତାରିଖ ଠାରୁ ଆରମ୍ଭ ହେବାର ଥିଲା ଜେଇଇ ମେନ ସେସନ । ଯାହାକି ମେ ୨୮ ପର୍ଯ୍ୟନ୍ତ ଚଳିଥାନ୍ତା ।

ଜାରି ହୋଇଥିବା ଅଫିସିଆଲ ନୋଟିସ ଅନୁଯାୟୀ, ପରବର୍ତ୍ତୀ ସମୟରେ ମେ ସେସନର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ । କୌଣସି ସୂଚନା ପାଇବା ପାଇଁ ଛାତ୍ର ଛାତ୍ରୀ ମାନେ ଅଫିସିଆଲ ୱେବସାଇଟକୁ ଯାଇ ଚେକ କରିପାରିବେ । ପୂର୍ବରୁ ଜେଇଇ ଏପ୍ରିଲ ସେସନକୁ ସ୍ଥଗିତ ରଖାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.