Below header

ସଂନ୍ଧ୍ୟାରେ ଚାରୁ ଚୁସକି ସହ ନିଅନ୍ତୁ ଗରମା ଗରମ ଡାଲି ବରାର ମଜା, ମିନିଟରେ କରନ୍ତୁ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

  • ୧ କପ୍ ଚଣା ଡାଲି
  • ଅଧା କପ୍ କଟା ପିଆଜ
  • ଅଧା ଚାମଚ ହେଙ୍ଗୁ ପାଉଡର
  • ଅଧା ଚାମଚ ଅଦା ପେଷ୍ଟ
  • ୨ ଚାମଚ ଲାଲ ଲଙ୍କା ପାଉଡର
  • ୧/୪ ଚାମଚ ହଳଦି ପାଉଡର
  • ଅଳ୍ପ ଧନିଆ ପତ୍ର
  • ଅଳ୍ପ ଭୃଷଙ୍ଗ ପତ୍ର
  • ଲୁଣ ସ୍ୱାଦାନୁସାରେ
  • ତେଲ ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ଡାଲିକୁ ପାଣିରେ କିଛି ସମୟ ଭିଜାଇ ବତୁରି ଦିଅନ୍ତୁ। କିଛି ସମୟ ପରେ ଛାଣି ଏହାକୁ ଦରଦରା ଗ୍ରାଇଣ୍ଡିଂ କରିଦିଅନ୍ତୁ। କେବଳ ତେଲକୁ ଛାଡି ଆଉ ବାକି ସବୁ ସାମଗ୍ରୀକୁ ମିଶାଇ ମିଡିୟମ ସାଇଜର ବରା ବନାଇ ଦିଅନ୍ତୁ। ଏବେ କଡେଇରେ ତେଲ ଗରମ କରି ପ୍ରସ୍ତୁତ କରି ରଖିଥିବା ଏହି ବରାକୁ ନେଇ ଛାଣନ୍ତୁ। ଏହା ଗୋଲଡେନ ବ୍ରାଉନ ହୋଇଗଲା ପରେ ଏହାକୁ ବାହାରକୁ ବାହାର କରିଦିଅନ୍ତୁ। ଆପଣ ଏହାକୁ ନଡିଆ ଚଟଣୀ ସହିତ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.