Below header

ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା, ସମସ୍ତେ ଯଥାଶୀଘ୍ର କୋଭିଡ ଟିକା ନେବାକୁ ଅନୁରୋଧ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର(କେନ୍ଯୁଜ୍): ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା । ସମସ୍ତେ ଯଥାଶୀଘ୍ର କୋଭିଡ ଟିକା ନେବାକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ଶତ ପ୍ରତିଶତ ନହେଲେ ବି ଟିକା ସୁରକ୍ଷା ଦେବ । ଟିକା ନେଲେ ଗୁରୁତର ହେବା ଓ ମୃତ୍ୟୁମୁଖରେ ପଡିବା ଆଶଙ୍କା କମ୍‌ ରହିବ । ଲୋକଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରିବାକୁ ଜନ ପ୍ରତିନିଧିଙ୍କୁ ଅନୁରୋଧ କରିଛି ସ୍ୱାସ୍ଥ୍ୟବିଭାଗ । ଅନ୍ୟ ରାଜ୍ୟରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି । ତେଣୁ ଯଥାଶୀଘ୍ର ଟିକା ନେବାକୁ ପଡିବ ।

ସମସ୍ତ ଜିଲ୍ଲାରେ ଟାସ୍କଫୋର୍ସ କାର୍ଯ୍ୟ କରୁଛନ୍ତି । କେଉଁ ବ୍ଲକରେ ଲୋକ ଟିକା ନେଇନାହାନ୍ତି ସେମାନେ ଅନୁଧ୍ୟାନ କରୁଛନ୍ତି । ଗାଁରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ସଂକ୍ରମିତ ହେବା ସହ ଅନ୍ୟକୁ ସଂକ୍ରମିତ କରାଇବେ । ରାଜ୍ୟରେ ଏପର୍ଯ୍ୟନ୍ତ ୪ କୋଟି ୬୨ ଲକ୍ଷ ଡୋଜ୍‌ ଦିଆସରିଲାଣି । ୮୭.୪ ପ୍ରତିଶତ ପ୍ରଥମ ଡୋଜ୍‌ ଦିଆଯାଇଛି। ଏବେ ବି ପ୍ରାୟ ୪୦ ଲକ୍ଷ ଲୋକ ଟିକା ନେଇନାହାନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.